କ୍ୟାନସର ବିଜୟୀ ସ୍ୱାଗତିକାଙ୍କ ଦୁଃସାହସିକ ପର୍ବତାରୋହଣ। ୧୧ହଜାର ୮୨୦ ଫୁଟ ଉଚ୍ଚତାରେ କଲେ ଟ୍ରେକିଂ। 

Advertisment
କ୍ୟାନସର ବିଜୟୀ ସ୍ୱାଗତିକାଙ୍କ ଦୁଃସାହସିକ ପର୍ବତାରୋହଣ। ୧୧ହଜାର ୮୨୦ ଫୁଟ ଉଚ୍ଚତାରେ କଲେ ଟ୍ରେକିଂ। 

କନକ ବ୍ୟୁରୋ : କେତେବେଳେ ମୁକ୍ତ ଆକାଶରେ ସେ ଉଡୁଛି ତ ପୁଣି କେତେବେଳେ ଗଭୀର ସମୁଦ୍ର ଭିତରେ ସମୁଦ୍ର ଭିତରର ଦୁନିଆକୁ ଦେଖୁଛି । ଆଉ ଏବେ ସେ ଚଢିଛି ପାହାଡ । ଅସମ୍ଭବ କାର୍ୟ୍ୟକୁ ସମ୍ଭବ କରିବାରେ ସେ ପାରଙ୍ଗମ। ଆମେ କହୁଛୁ ସ୍ୱାଗତିକାଙ୍କ କଥା । କ୍ୟାନସରକୁ ମାତ ଦେଇ ଆଉ ଏକ ଜୀବନ ପାଇଥିବା କଟକର ଝିଅ ସ୍ୱାଗତିକାଙ୍କର ସାହାସର କଥା ଯେତେ କହିଲେ ବି କମ୍ ହେବ। କ୍ୟାନସର ପୀଡିତଙ୍କୁ ବଞ୍ଚିବାର ମନ୍ତ୍ର ଦେଉଥିବା ସ୍ୱାଗତିକା ଏବେ ଦୁଃସାହସିକ ପର୍ବତାରୋହଣ ପାଇଁ ଚର୍ଚ୍ଚାରେ। ଉତ୍ତରାଖଣ୍ଡର  ଡେରାଡୁନ୍ ଠାରୁ ଦୟାରା ବୁଗିଆଲ୍ ପର୍ୟ୍ୟନ୍ତ ୧୧ହଜାର ୮୨୦ ଫୁଟ ଉଚ୍ଚତା ଟ୍ରେକିଂ କରିଛନ୍ତି ସ୍ୱାଗତିକା । ତାଙ୍କ ସହିତ ଥିଲେ ତାଙ୍କ ବାପା ଏବଂ ଭୁବନେଶ୍ୱରର ଆପୋଲୋ କର୍କଟ କେନ୍ଦ୍ରର ଡାକ୍ତର ସଞ୍ଜୟ ମିଶ୍ର । ଏହି ଦଳରେ ସ୍ୱାଗତିକା ସବୁଠାରୁ ସାନ ହୋଇଥିବାବେଳେ ଡେରାଡୁନ‌ର ୭୨ ବର୍ଷୀୟ ବୈଜ୍ଞାନିକ ଡ କୁନାଲ କୁମାର ଦାସ ଥିଲେ ସବୁଠୁ ବୟସ୍କ।

publive-image

କର୍କଟ ରୋଗକୁ ମାତ୍ ଦେଇଥିବା ଦେଶର ବିଭିନ୍ନ ପ୍ରାନ୍ତରୁ ଆଠ ଜଣ କ୍ୟାନସର ଯୋଦ୍ଧା ଏଥିରେ ସାମିଲ ହୋଇଥିଲେ  । କେବଳ ଶାରୀରିକ ନୁହେଁ ମାନସିକ ସ୍ତରରେ କର୍କଟକୁ କିଭଳି ଜିଣିହେବ  ସେହି ଉଦ୍ଦେଶ୍ୟରେ

ଆୟୋଜିତ ହୋଇଥିଲା ଏହି କାର୍ୟ୍ୟକ୍ରମ।  ୫ ଦିନିଆ ଏହି ଟ୍ରେକିଂରେ ସଭିଏଁ ପରସ୍ପରର କ୍ୟାନସର ସହ ମୁକାବିଲାର ଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ। ଟ୍ରେକିଂ ସମୟରେ  ୮ରୁ ୧୦ ଡିଗ୍ରୀ ସେଲସିୟସ ତାପମାତ୍ରା ଥିବାବେଳେ ରାତିରେ ପାରଦ ଖସୁଥିଲା । କିନ୍ତୁ ଶୀତ ଓ ପାହାଡିଆ ରାସ୍ତାକୁ ଖାତିର ନକରି ସଭିଏଁ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ କରିନେଇଥିଲେ ସଙ୍କଳ୍ପ।

publive-image

ଦୃଢ ଆତ୍ମବଳ ଆଗରେ ମୃତ୍ୟୁ ବି ହାରମାନେ । ବଞ୍ଚିବାର ଇଛା ଥିଲେ ମୃତ୍ୟୁବି ସାମ୍ନାକୁ ଆସିବାକୁ ଭୟ କରେ । ସ୍ୱାଗତିକାଙ୍କ ସାହାସର କଥା ଜାଣିଲେ ମନରେ ଗୋଟିଏ କଥା ଚାଲିଆସୁଛି ଯେ, କ୍ୟାନସରକୁ ହରାଇ ଜୀବନକୁ ହସି ହସି ବଞ୍ଚିବାର କଳା ଜାଣିଛନ୍ତି ସ୍ୱାଗତିକା ।  ଅନ୍ୟ କ୍ୟାନସର ପୀଡିତଙ୍କ ଜୀବନରେ ହସ ଫୁଟାଇବାକୁ ସେ କରିନେଇଛନ୍ତି ସଙ୍କଳ୍ପ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe