ଋଷରୁ ଆସିଲା ଅତ୍ୟାଧୁନିକ ମିଜାଇଲ ଲଂଚର: ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ସାମିଲ ହେବ ‘ଏସ-୪୦୦’ ମିଜାଇଲ ସିଷ୍ଟମ୍ 

180

କନକ ବ୍ୟୁରୋ: ଭାରତର ପ୍ରତିରକ୍ଷା ବିଭାଗ ହୋଇଯିବ ଆହୁରି ଶକ୍ତିଶାଳୀ । ଯେତେବେଳ ଋଷିଆ ନିର୍ମିତ ଅତ୍ୟାଧୁନିକ ମିସାଇଲ୍ ସିଷ୍ଟମ ଭାରତୀୟ ସେନାରେ ସାମିଲ ହେବ । ଖୁବଶୀଘ୍ର ଋଷ ନିର୍ମିତ ‘ଏସ-୪୦୦’ ଏୟାର ଡିଫେନ୍ସ ମିଜାଇଲ ସିଷ୍ଟମ୍ ଭାରତରେ ପହଁଯିବାକୁ ଯାଉଛି । ଆଉ ଏହାକୁ ଭାରତ-ପାକିସ୍ତାନ ସୀମାରେ ନିୟୋଜିତ କରାଯିବ । କଣ ଏହି ‘ଏସ-୪୦୦’ ମିଜାଇଲ ସିଷ୍ଟମ୍, ଆସନ୍ତୁ ଜାଣିବା ।

ଆକାଶ ପଥ ଓ ସମୁଦ୍ର ପଥ ଅତିକ୍ରମ କରି ଭାରତରେ ପହଁଚିବ ଋଷର ଅତ୍ୟାଧୁନିକ ‘ଏସ-୪୦୦’ ଏୟାର ଡିଫେନ୍ସ ମିଜାଇଲ ସିଷ୍ଟମ୍ । ସ୍ଥଳଭାଗରୁ ଆକାଶ ମାର୍ଗକୁ ଲକ୍ଷଙ୍କଭଦ କରି ପାରୁଥିବା ଏହି ଅତ୍ୟାଧୁନି ମିଜାଇଲ ସିଷ୍ଟମ ଦ୍ୱାରା ଭାରତୀୟ ସେନା ଆହୁରି ଶକ୍ତିଶାଳୀ ହୋଇଯିବ । ଉଭୟ ସ୍ଥଳଭାଗରେ ଏବଂ ଆକାଶମାର୍ଗରେ ଶତ୍ରୁକୁ ମାତ୍ ଦେବାରେ ସକ୍ଷମ ଏହି ‘ଏସ-୪୦୦’ ଏୟାର ଡିଫେନ୍ସ ମିଜାଇଲ ସିଷ୍ଟମ୍ ।

‘‘ଏସ-୪୦୦’ ଏୟାର ଡିଫେନ୍ସ ମିଜାଇଲ ସିଷ୍ଟମ୍:

‘ଏସ-୪୦୦’ରେ ସୁପରସୋନିକ୍ ଏବଂ ହାଇପର ସୋନିକ ମିଜାଇଲ ଉବଲବ୍ଧ, ଯାହା କୌଣସି ବି ଲକ୍ଷ୍ୟ ଭେଦ କରିବାରେ ସକ୍ଷମ

– ବିଶ୍ୱର ଶ୍ରେଷ୍ଠ ଆଂଟି ଏୟାରକ୍ରାଫ୍ଟ ଅସ୍ତ୍ର ‘ଏସ-୪୦୦’

– ୪୦୦ କିଲୋମିଟର ଭିତରେ ଆସୁଥିବା ଶତ୍ରୁର ଲଢୁଆ ବିମାନ, ମିଜାଇଲ, ଡ୍ରୋନ୍ ଅବା ଲୁଚି ରହିଥିବା ବିମାନକୁ ଧ୍ୱଂସ କରିବାରେ ସକ୍ଷମ 

– ଧରା ପଡୁନଥିବା ଲଢୁଆ ବିମାନକୁ ଅତି ସହଜରେ ଧ୍ୱଂସ କରି ପାରିବ ‘ଏସ-୪୦୦’

– ‘ଏସ-୪୦୦’ ଲଂଚରରୁ ତିନି ସେକେଣ୍ଡରେ ୨ଟି ମିଜାଇଲ ଲଂଚ୍ କରାଯାଇ ପାରିବ 

୧୫ ଅକ୍ଟୋବର, ୨୦୨୦ରେ ‘ଏସ-୪୦୦’ ଏୟାର ଡିଫେନ୍ସ ମିଜାଇଲ ସିଷ୍ଟମ ନେଇ ଭାରତ ଓ ଋଷ ମଧ୍ୟରେ ୪୦ ହଜାର କୋଟିର ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଅନୁଯାୟାରୀ ଭାରତକୁ ୫ଟି ‘ଏସ-୪୦୦’ ମିଜାଇଲ ଲଂଚର ଦେବ ଋଷ । ତେବେ ପ୍ରଥମ ‘ଏସ-୪୦୦’ ମିଜାଇଲ ଲଂଚର ଭାରତରେ ଆସିଛି । ଆଉ ଏହି ପ୍ରଥମ ଅସ୍ତ୍ରକୁ ଭାରତ – ପାକିସ୍ତାନ ସୀମାରେ ମୁତୟନ କରାଯିବ ।

ସେପଟେ ଭାରତ ‘ଏସ-୪୦୦’ ମିଜାଇଲ ଲଂଚର କିଣିବା ନେଇ ଚିନ୍ତାରେ ଆମେରିକା । ଋଷ ଠାରୁ ଏହି ମିଜାଇଲ ସିଷ୍ଟମ୍ କିଣିବା ନେଇ ଆମେରିକା ଦ୍ୱାରା ପ୍ରତିବନ୍ଧକ ଲଗାଯାଇପାରେ । ଆମେରିକାର ଆଇନ ଅନୁଯାୟୀ ଋଷ ଏହି ଯୁଦ୍ଧାସ୍ତ୍ର ଭାରତକୁ ବିକ୍ରି କରିବା ଉପରେ ଆମେରିକା କଟକଣା ଲଗାଇପାରେ । ମାତ୍ର ବାଇଡେନ୍ ସରକାର ଭାରତ ଉପରେ ‘ଏସ-୪୦୦’ ନେଇ କୌଣସି ପ୍ରତିବନ୍ଧକ ଲଗାଇବେ ନାହିଁ ବୋଲି ଜଣାପଡିଛି ।