କନକ ବ୍ୟୁରୋ : ରାଜରାସ୍ତାରେ ଶୋଇ ଧାରଣା ଦେଲେ କ୍ୟାନସର ପୀଡିତ ବୃଦ୍ଧ । ବାଙ୍କୀ ବୋତଳନା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଏହି ଗାଁର ନବ ଦେହୁରୀ ନାମକ ନିରାଶ୍ରୟ ବୃଦ୍ଧ ଜଣକ ଦୀର୍ଘ ଦିନ ହେଲା କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣା ଭୋଗୁଛନ୍ତି ।
ଆର୍ଥିକ ଅଭାବ କାରଣରୁ ତାଙ୍କର ଚିକିତ୍ସା ବି ହୋଇପାରୁନି । ସ୍ଥାନୀୟ ସରପଂଚଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଯାଏଁ ଗୁହାରି ହେଲେ ମଧ୍ୟ କେହି ଶୁଣୁନାହାନ୍ତି । ଫଳରେ ଏବେ ଏହି କ୍ୟାନସର ପୀଡିତ ବୃଦ୍ଧ ଜଣକ ଅବସ୍ଥା ଅତି ଗୁରୁତର ହେବା ପରେ ପ୍ରତିବାଦରେ ବାଙ୍କୀ ବୈଦେଶ୍ୱର ରାସ୍ତା ମଝିରେ ଶୋଇ ଧାରଣା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/7-23.jpg)