କନକ ବ୍ୟୁରୋ : ରଥଯାତ୍ରା ପାଇଁ ସଜବାଜ ହେଉଛି କି ପ୍ରଶାସନ । ଗୋଟିଏ ପଟେ ରଥଯାତ୍ରା ହେବ ନା ନାହିଁ ବୋଲି ଚର୍ଚ୍ଚା ହେଉଥିବା ବେଳେ ଅନ୍ୟପଟେ ପୁରୀ ପୌର ପାଳିକାର ଘୋଷଣା ଏନେଇ ଆଶା ସଂଚାର କରିଛି । କାରଣ ପୌର ପାଳିକା ପକ୍ଷରୁ ସିଂହଦ୍ୱାରରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡଦାଣ୍ଡରୁ ଉଠାଦୋକାନୀଙ୍କୁ ଉଠିଯିବା ପାଇଁ ଘୋଷଣା କରାଯାଇଛି । ଡାକବାଜି ଯନ୍ତ୍ର ସହାୟତାରେ ଘୋଷଣାରେ ବଡଦାଣ୍ଡର ଦୁଇ ପାଶ୍ୱର୍ରେ ରହିଥିବା ଠେଲାଗାଡି, କ୍ୟାବିନ୍ ଓ ଉଠାଦୋକାନୀଙ୍କୁ ହଟିବାକୁ କୁହାଯାଇଛି ।
ପ୍ରତିବର୍ଷ ରଥଯାତ୍ରା ପୂର୍ବରୁ ପୁରୀ ପୌରପାଳିକା ପକ୍ଷରୁ ଏହି ଭଳି ଘୋଷଣା ହୋଇଥାଏ । କିନ୍ତୁ ଚଳିତ ବର୍ଷ ରଥଯାତ୍ରା ହେବା ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବାରୁ ସ୍ଥାନୀୟ ପ୍ରଶାସନର ଏହି ଘୋଷଣା ରଥଯାତ୍ରା ପାଇଁ ପ୍ରାକ୍ ପ୍ରସ୍ତୁତି ବୋଲି କୁହାଯାଉଛି । ଆସନ୍ତା ୧୯ ତାରିଖ ସୁଦ୍ଧା ବଡଦାଣ୍ଡର ଦୁଇ ପାଖ ଖାଲି କରିବାକୁ ପୌର ପାଳିକା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/jagannath_1531206771.jpeg)