ପ୍ରଶାସନ ଶୁଣିଲାନି, ଗାଁଲୋକ ତିଆରି କଲେ ପୋଲ। ଗଞ୍ଜାମ ପାତ୍ରପୁର ମହେନ୍ଦ୍ର ତନୟା ପାହାଡ଼ ପାଦଦେଶରେ ତିଆରୀ ହେଲା ଅସ୍ଥାୟୀପୋଲ

117

କନକ ବ୍ୟୁରୋ: ଶୁଣିଲାନି ପ୍ରଶାସନ । ନିଜ ଉଦ୍ୟମରେ ପୋଲ ତିଆରି କଲେ ଗ୍ରାମବାସୀ । ଗଞ୍ଜାମ ଜିଲ୍ଲାରୁ ଆସିଛି ଏଭଳି ଖବର । ଗଞ୍ଜାମ ମହେନ୍ଦ୍ରତନୟା ପାହାଡ଼ ପାଦଦେଶରେ ରହୁଥିବା ବୁରତାଲ ପଞ୍ଚାୟତର କମାଳଖତ ଓ ଅନ୍ୟ ଗାଁର ଲୋକେ ମିଶି ପୋଲ ନିର୍ମାଣ କରିଛନ୍ତି । ନିଜେ ଚାନ୍ଦା ଆଦାୟ କରି ମହେନ୍ଦ୍ରତନୟା ନଦୀର ଶାଖା ଜାମୁଗଣ୍ଡ ନାଳ ଉପରେ କାଠରେ ପୋଲ ନିର୍ମାଣ କରିଛନ୍ତି ଲୋକେ ।

ଜାଗମୁଣ୍ଡ ନାଳ ଆରପାରିରେ ୧୫ରୁ ଅଧିକ ଆଦିବାସୀ ଗାଁ ରହିଛି । କିନ୍ତୁ ବହୁବାର ଦାବି ସତ୍ୱେ ପ୍ରଶାସନ ପକ୍ଷରୁ ସେଠାରେ ପୋଲ ନିର୍ମାଣ କରଯାଉନଥିଲା । ତେଣୁ ପ୍ରାୟ ୧୫ ଖଣ୍ଡ ଗାଁର ବାସିନ୍ଦା ଅସୁବିଧାର ସମ୍ମୁଖୀନ ହେଉଥିଲେ । ସ୍କୁଲ ପିଲା ଯିବାଆସିବା ସମୟରେ ସବୁଠୁ ଅଧିକ ଅସୁବିଧାର ସାମ୍ନା କରୁଥିଲେ । ନିକଟରେ ଉକ୍ତ ନାଳରେ ଭାସିଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ହେଲେ ପ୍ରଶାସନ ପୋଲ ନିର୍ମାଣ ନକରିବାକୁ ଗ୍ରାମବାସୀମାନେ ନିଜ ପକେଟରୁ ପଇସା ଦେଇ ଆବଶ୍ୟକୀୟ ସାମଗ୍ରୀ ଆଣିବା ସହ ପୋଲ ନିର୍ମାଣ କରିଛନ୍ତି । ପ୍ରାୟ ୩୦ ହଜାର ଟଙ୍କାରେ ନାଳ ମଧ୍ୟରେ ଦୁଇଟି ସ୍ଥାନରେ ପିଲର ଉଠାଇବା ସହ ପିଲର ଉପରେ କାଠରେ ପୋଲ ନିର୍ମାଣ କରିଛନ୍ତି ଲୋକେ ।