ପ୍ରଶାସନ ଶୁଣିଲାନି…ଗାଁ ଲୋକ ତିଆରି କଲେ ପୋଲ : ଗୁଞ୍ଜିବାଡିରେ ନିଜସ୍ୱ ଉଦ୍ୟମରେ ଗ୍ରାମବାସୀ ତିଆରି କଲେ କାଠ ପୋଲ, ଗଛରେ ତାର ବାନ୍ଧି ଯିବାଆସିବା କରୁଥିଲେ ଲୋକ ; ଖବର ପ୍ରସାରଣ ପରେ ତାର ଖୋଲି ଦେଇଥିଲା ପ୍ରଶାସନ

160

କନକ ବ୍ୟୁରୋ : ସ୍ୱାଧୀନତାର ୭୩ ବର୍ଷ ପରେ ବି ବିକାଶ ଅପହଂଚ ।  ଗତମାସ ୨୩ ତାରିଖରେ ଆମେ ଏଭଳି ଚିତ୍ର ଦେଖାଇଥିଲୁ କନ୍ଧମାଳ ଜିଲ୍ଲା  କ.ନୂଆଗାଁ ବ୍ଲକ  ଗୁଞ୍ଜିବାଡି ପଂଚାୟତରୁ ।  ଏଠାରେ ଥିବା କାଳିପେନୁ ନଦୀରେ  ପୋଲ ନଥିବାରୁ ଲୋକେ ଗଛରେ ବିଦ୍ୟୁତ ତାର ବାନ୍ଧି  ଯିବା ଆସିବା କରୁଥିବା ଦୃଶ୍ୟ ଆମେ ପ୍ରସାରଣ କରିଥିଲୁ ।

ଏହି ଖବର ପ୍ରସାରଣ ପରେ ନୂଆଗାଁ ବିଡିଓ ଘଟଣାସ୍ଥଳରେ ପଂହଚି  ତାର ଖୋଲିଦେଇଥିଲେ । ଏହାସହ ନିକଟସ୍ଥ ରାଇକିଆ ବ୍ଲକର ଏକ ପୋଲ ଦେଇ ଯିବାଆସିବା କରିବାକୁ ତାଗିଦ କରିଥିଲେ । ପ୍ରଶାସନର ସହାୟତାକୁ ଚାହିଁ ବସି ଶେଷରେ ନିରାଶ ହୋଇ ନିଜସ୍ୱ ଚେଷ୍ଟାରେ ନିର୍ମାଣ କରିଛନ୍ତି ବାଉଁଶ ପୋଲ । ଏଥିପାଇଁ ଗ୍ରାମବାସୀଙ୍କୁ  ଦୁଇଟି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହାୟତା କରିଛନ୍ତି ।

ଏକାଠି ହୋଇ ସ୍ଥାନୀୟ ଲୋକେ କାଳୀପେନୁ ନଦୀ ଉପରେ ତିଆରି କରିଛନ୍ତି ପୋଲ ।  ନଦୀ ଉପରେ ବାଉଁଶ, କାଠ, ପଥର ଓ ବାଲି ବ୍ୟବହାର କରି ଦେଶୀ ପଦ୍ଧତିରେ ପୋଲ ତିଆରି କରିଛନ୍ତି ଗାଁ ଲୋକେ । ଯାହା ପ୍ରଶାସନ କରିପାରିଲାନି, ତାକୁ କରିଦେଖାଇଛନ୍ତି ଗାଁ ଲୋକେ ।