କନକ ବ୍ୟୁରୋ : ଶୁଣିଲା ନାହିଁ ପ୍ରଶାସନ, ଶେଷରେ ନିଜେ ଚାନ୍ଦା କରି ରାସ୍ତା ତିଆରି କଲେ ଗ୍ରାମବାସୀ । ବରଗଡ ଜିଲ୍ଲା ଭେଡେନ ବ୍ଲକ ଫଟାଟିକ୍ରା ଗ୍ରାମବାସୀ ଗାଁ ରାସ୍ତା ମରାମତି କରିଛନ୍ତି । ଗାଁର ପ୍ରତି ପରିବାର ପିଛା ୫ଶହ ଟଙ୍କା ଚାନ୍ଦା କରି, ସେହି ଅର୍ଥରେ ମାଟି ଓ ମୁରୁମ ଅଣାଯାଇଥିଲା । ଆଉ ଗାଁର ପିଲା ବୁଢା ସମସ୍ତେ ଶ୍ରମଦାନ କରି ମାତ୍ର ୨ ଦିନ ଭିତରେ ଗାଁ ରାସ୍ତାକୁ ମରାମତି କରିଛନ୍ତି । ପ୍ରାୟ ୩ଶହ ପରିବାର ରହୁଥିବା ଫଟାଟିକ୍ରା ଗାଁକୁ ଭଲ ରାସ୍ତା ଖଣ୍ଡେ ନାହିଁ । ଏପରିକି ବର୍ଷା ହେଲେ ଗାଁକୁ ଆମ୍ବୁଲାନ୍ସ ଯାଇପାରୁନଥିବାରୁ ସ୍ୱାସ୍ଥ୍ୟ ସେବା ବି ପ୍ରଭାବିତ ହେଉଥିଲା ।

Advertisment

ଗାଁକୁ ପକ୍କା ରାସ୍ତା ନିର୍ମାଣ ପାଇଁ ସରପଂଚଙ୍କ ଠାରୁ ଆରମ୍ଭ କରି ବିଡିଓ, ଜିଲ୍ଲାପାଳ, ନେତା ମନ୍ତ୍ରୀଙ୍କୁ ଗୁହାରି କରିଥିଲେ ଗ୍ରାମବାସୀ । ହେଲେ ପ୍ରଶାସନ ନ ଶୁଣିବାରୁ ଗାଁଲୋକେ ନିଜ ଖର୍ଚ୍ଚରେ, ନିଜେ ଶ୍ରମଦାନ କରି ରାସ୍ତା ତିଆରି କରିଛନ୍ତି । ଗ୍ରାମବାସୀଙ୍କ ଏପରି ମହତ କାମକୁ ସାରା ଜିଲ୍ଲାରେ ଉଦାହରଣ ସୃଷ୍ଟି କରିଥିବା ବେଳେ ସବୁଆଡୁ ପ୍ରଶାସଂର ସୁଅ ଛୁଟୁଛି ।