ଖୋର୍ଦ୍ଧା ସାରୁଅରେ ଓଟିଭି ବିବାଦୀୟ ଜମିରେ ପାଚେରୀ ଭାଙ୍ଗିଲା ପ୍ରଶାସନ । ପୁଲିସ ଓ ତହସିଲଦାରଙ୍କ ଉପସ୍ଥିତିରେ ଭଙ୍ଗାକାମ : ସେପଟେ ଓଟିଭି ଏମଡିଙ୍କ ବାପାଙ୍କୁ ପଚରାଉଚରା

127

କନକ ବ୍ୟୁରୋ : ଓଟିଭି ଜମି ଜବରଦଖଲ ମାମଲା । ସାରୁଅ ସ୍ଥିତ ଓଟିଭି ଷ୍ଟୁଡ଼ିଓକୁ ଯାଇଛନ୍ତି ଖୋର୍ଦ୍ଧା ଏସଡ଼ିପିଓ । ଓଟିଭି ଏମଡ଼ିଙ୍କ ବାପା ରଣଧୀର ସିଂଙ୍କୁ ଚାଲିଛି ପଚରା ଉଚରା । ଜମି ଜବରଦଖଲ ଅଭିଯୋଗ ପ୍ରସଙ୍ଗରେ ତାଙ୍କ ନାଁ ସାମ୍ନାକୁ ଆସିଥିଲା । ଏହା ପରେ ପଚରା ଉଚରା କରିବାକୁ ନିସ୍ପତି ନେଇଛି ଜିଲ୍ଲା ପ୍ରଶାସନ । ସାରୁଅରେ ଓଟିଭି ଜମି ଜବରଦଖଲ ମାମଲାର ତଦନ୍ତ କରୁଛି କ୍ରାଇମ୍ବ୍ରାଂଚ ।

ଖୋର୍ଦ୍ଧା ସାରୁଅରେ ଓଟିଭି ବିବାଦୀୟ ଜମିରେ ପାଚେରୀ ଭାଙ୍ଗିିଛି ପ୍ରଶାସନ । ପୁଲିସ ଓ ତହସିଲଦାରଙ୍କ ଉପସ୍ଥିତିରେ ଭଙ୍ଗାକାମ ଜାରି ରହିଛି । ଗାଁ ଲୋକଙ୍କ ଅଭିଯୋଗ ଆଧାରରେ ପ୍ରଶାସନ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ଓଟିଭିର ବିବାଦୀୟ ଜମି ଚାଷଜମି ଓ ପୋଖରୀ ରାସ୍ତାକୁ ଅବରୋଧ କରୁଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଲୋକେ ଖୋର୍ଧା ପ୍ରାଶାସନ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ବିବାଦୀୟ ଜମିରେ ମାପଚୁପ ବି କରିଥିଲା ପ୍ରଶାସନ ।

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଏହି ପଦକ୍ଷେପ ନିଆ ଯାଇଛି । ଜମି କିଣା ବିକାରେ ଅନିୟମିତତା ଅଭିଯୋଗ ହୋଇଥିବା ଜିଲ୍ଲାପାଳଙ୍କ ରିପୋର୍ଟରେ ଉଲ୍ଲେଖ ରହିଛି । ସାରୁଅରେ ବର୍ଷ ବର୍ଷ ଧରି ଜମି ଜବରଦଖଲ କରି ବେନାମୀ ଟଙ୍କା କାରବାର ଚାଲିଥିବା ରିପୋର୍ଟରୁ ଜଣା ପଡିଛି । ଆଉ ଏଥିପାଇଁ ଜଣେ ଅନୂସୁଚିତ ଜାତିର ବ୍ୟକ୍ତିଙ୍କୁ ବ୍ୟବହାର କରାଯାଇଥିବା କୁହାଯାଇଛି ।

\\