କନକ ବ୍ୟୁରୋ : ଗରିବ ଅସହାୟ ଲୋକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି । ଯେଉଁ ଲୋକ ମାଟି ଘରେ ବା କୁଡିଆ ଘରେ ରହୁଛି ତାଙ୍କୁ ପକ୍କା ଘର ଯୋଗାଇ ଦେଉଛନ୍ତି । ଭୂମିହୀନଙ୍କୁ ଜମି ଯୋଗାଇ ଦେବା ସହ ପଟ୍ଟା ମଧ୍ୟ ପ୍ରଦାନ କରୁଛନ୍ତି । ହେଲେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସିମାନ୍ତ ଅଂଚଳ ଝାରବନ୍ଧ ବ୍ଲକ ଭଣ୍ଡାରପୁରୀ ପଂଚାୟତ ଜାମପାଲିରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ଗ୍ରାମର ଜଣେ ଦଳିତ ପରିବାରକୁ ପ୍ରଶାସନ ବାସହରା କରିଥିବା ଅଭିଯୋଗ ହୋଇଛି ।
ପ୍ରଶାସନ ଭାଙ୍ଗିଦେଇଛି ଇନ୍ଦିରା ଆବାସ । ଜଙ୍ଗଲର ଝାଟି ମାଟି କୁଡିଆରେ ଝାରବନ୍ଧ ବ୍ଲକ ଜାମପାଲି ଗାଁର ଲତା ସୁନାଙ୍କ ପରିବାର ମୁଣ୍ଡ ଗୁଂଜିଛନ୍ତି । ଭଙ୍ଗା କାନ୍ଥ ତଳେ ଚାପି ହୋଇଗଲା ଝିଅର ପାଠପଢା ବହି । ଅନ୍ଧାର ହୋଇଗଲା ଝିଅର ଭବିଷ୍ୟତ । କେମିତି ପଢିବ ପାଠ ? ମୁଣ୍ଡ ଉପରେ ଛାତ ନାହିଁ । ଘର ଓ ଝିଅର ଭବିଷ୍ୟତକୁ ନେଇ ଚିନ୍ତାରେ ପରିବାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/4-34.jpg)