ଟ୍ରେନ ଦୁର୍ଘଟଣା ପରେ ବଦଳିଗଲା ମୃତକଙ୍କ ଠିକଣା। ବିହାର ବଦଳରେ ପଶ୍ଚିମବଙ୍ଗ ପହଞ୍ଚିଗଲା ଶବ

483

କନକ ବ୍ୟୁରୋ: ଟ୍ରେନ ଦୁର୍ଘଟଣା ପରେ ବଦଳିଗଲା ମୃତକଙ୍କ ଠିକଣା । ବିହାର ବଦଳରେ ପଶ୍ଚିମବଙ୍ଗ ପହଞ୍ଚିଗଲା ଶବ । ପରେ ମୃତକଙ୍କ ପକେଟରୁ ଆଧାର କାର୍ଡ ଦେଖି ପୁଣି ଏମ୍ସକୁ ଫେରାଇ ଦିଆଗଲା ଶବ । ବିହାରର ରାଜା ସାହାଣୀ ୧୦ ଜଣ ସାଙ୍ଗଙ୍କ ସହ ଚେନ୍ନାଇ ଯାଉଥିବା ବେଳେ କରମଣ୍ଡଳ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିଲେ । ଏଥିରେ ୮ଜଣ ଜୀବିତ ଥିବା ବେଳେ ଅନ୍ୟ ଜଣଙ୍କର ମୃତଦେହ କିଛି ଦିନ ତଳେ ମିଳିଯାଇଥିଲା । କିନ୍ତୁ ରାଜାଙ୍କ କୌଣସି ପତା ମିଳିନଥିଲା । ପରିବାର ଲୋକେ ୫ ଦିନ ତଳେ ଆସିଥିଲେ ମୃତଦେହ ପାଇନଥିଲେ । ଗତକାଲି ପୁଣି ଖୋଜିବ ପାଇଁ ଆସିଥିଲେ ଏବଂ ଡିଏନଏ ନମୁନା ଦେଇ ଯାଇଥିଲେ । ଏହାରି ଭିତରେ ରାଜାଙ୍କ ଗାଁର ସଂରପଚଙ୍କୁ ପଶ୍ଚିମବଙ୍ଗରୁ ଫୋନ୍ ଆସିଥିଲା । ଏବଂ ରାଜାଙ୍କ ଶବ ପଶ୍ଚିମବଙ୍ଗ ପହଞ୍ଚିଯାଇଥିବା ସୂଚନା ଦିଆଯାଇଥିଲା । ପରେ ରାଜାଙ୍କ ପରିବାରକୁ ସରପଞ୍ଚ ଫୋନ୍ କରି ଏହି କଥା ଜଣାଇଥିଲେ । ସୂଚନା ପାଇ ପରିବାର ଲୋକେ ଏମ୍ସ ଫେରିଛନ୍ତି । ଏବଂ ଦେଖିବାକୁ ପାଇଛନ୍ତି ସେହି ଶବଟି ରାଜା ସାହାଣୀଙ୍କର ।

ତେବେ ପ୍ରଶ୍ନ ଉଠୁଛି କେଉଁ ଆଧାରରେ ରାଜାଙ୍କ ଶବକୁ ଅନ୍ୟ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଏନେଇ କିଛି ସ୍ପଷ୍ଟ ଉତର ରଖିପାରୁନାହାନ୍ତି ଏମ୍ସ କର୍ତୃପକ୍ଷ ।ଏମ୍ସ କର୍ତୃପକ୍ଷଙ୍କ କହିବା କଥା ହେଲା, କିମ୍ସରେ ପୋଷ୍ଟମର୍ଟମ କରାଯାଇଥିଲା । ସେଠାରୁ ଏମ୍ସ ଆସିଥିବା ପରେ ୪୮ଘଂଟା ଏମ୍ସରେ ରଖାଯାଇଥିଲା । ତେବେ ପଶ୍ଚିମବଙ୍ଗରୁ ଆସିଥିବା ଅନ୍ୟ ପରିବାରକୁ କେମିତି ଶବ ହସ୍ତାନ୍ତର କରାଗଲା ତାର ସଠିକ୍ ଉତ୍ତର ଦେଇପାରୁନାହାନ୍ତି ଏମ୍ସ ।