ଅତିରିକ୍ତ ବଜେଟକୁ ମିଳିଲା ଅନୁମୋଦନ । ଆସନ୍ତା ୨୦ ତାରିଖରେ ବିଧାନସଭାରେ ଉପସ୍ଥାପିତ ହେବ ଅତିରିକ୍ତ ବଜେଟ

210

କନକ ବ୍ୟୁରୋ : ଶେଷ ହେଲା ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପରେ ମୋହର ମରାଯାଇଛି । ଅତିରିକ୍ତ ବଜେଟରେ ପ୍ରାୟ ୧୧, ୨୦୦ କୋଟିର ପ୍ରାବଧାନ ସୂଚନା ମିଳିଛି । ଆସନ୍ତା ୨୦ ତାରିଖରେ ବିଧାନସଭାରେ ଉପସ୍ଥାପିତ ହେବ ଅତିରିକ୍ତ ବଜେଟ ।

ନଭେମ୍ବର ୨୦ରୁ ଶୀତ ଅଧିବେଶନ ଆରମ୍ଭ ହେବ । ନଭେମ୍ବର ୨୦ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏଁ ଚାଲିବ ଶୀତ ଅଧିବେଶନ । ୨୦ରେ ହିଁ ଆଗତ ହେବ ଅତିରିକ୍ତ ବଜେଟ । ୨୬, ୨୭, ୨୮ ତାରିଖରେ ବଜେଟ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ । ତେବେ ଏହି ସମୟରେ କୋଭିଡ କଟକଣାକୁ ମଧ୍ୟ ପାଳନ କରାଯିବ ।