ଜୀବନ ନେଇଯିବ ହାତୀ ଦେଖିବା ନିଶା । ବାଙ୍କୀ ଭଗିପୁର ବନାଞ୍ଚଳରେ ହାତୀକୁ ଦେଖିବା ପାଇଁ ଜଙ୍ଗଲ ଭିତରେ ଅତି ନିକଟକୁ ପଳାଉଛନ୍ତି ଲୋକେ ।
କନକ ବ୍ୟୁରୋ: ଜୀବନ ନେଇଯିବ ହାତୀ ଦେଖିବା ନିଶା । ବାଙ୍କୀ ଭଗିପୁର ବନାଞ୍ଚଳରୁ ଆସିଲା ଦୃଶ୍ୟ । ହାତୀକୁ ଦେଖିବା ପାଇଁ ଜଙ୍ଗଲ ଭିତରେ ଅତି ନିକଟକୁ ପଳାଉଛନ୍ତି ଲୋକେ । ଅତ୍ୟନ୍ତ ବିପଦଜନକ ଭାବେ ହାତୀ ନିକଟକୁ ଯାଇ ଭିଡିଓ କରୁଛନ୍ତି । ଆତଙ୍କ ଖେଳାଉଥିବା ହାତୀକୁ ଆହୁରି ରଗାଇବା ପାଇଁ ଚେଷ୍ଟା କରୁଛନ୍ତି । ଯଦି ହାତୀ ଭୟଙ୍କର ହୋଇ ମାଡି ଆସେ ତେବେ ଜୀବନ ଯିବା ପ୍ରାୟ ନିଶ୍ଚିତ ।

Kanak News is now on WhatsApp
Join and get latest news updates delivered to you via WhatsApp
କିଛି ଦିନ ହେବ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳାଉଛନ୍ତି ୧୪ ଟିକିଆ ହାତୀ ପଲ । ଚାଷ ନଷ୍ଟ କରୁଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ହାତୀକୁ ଘଉଡାଇବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ଏଥିରେ କୌଣସି ସୁଫଳ ମିଳିନାହିଁ ।