‘ହୁ’ ଦେଖାଇଲା କୋଭିଡ ମୃତ୍ୟର ସତ: ସରକାରୀ ତଥ୍ୟ ଠାରୁ ପ୍ରକୃତ ମୃତ୍ୟୁ ଅନେକ ଗୁଣରେ ଅଧିକା 

192

କନକ ବ୍ୟୁରୋ: କୋଭିଡ ମୃତ୍ୟୁକୁ ନେଇ ଆସିଲା ଚାଂଚଲ୍ୟକର ତଥ୍ୟ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଲା କୋଭିଡ୍ ମୃତ୍ୟୁକୁ ନେଇ ସରକାରୀ ଭାବେ ଯେଉଁ ସଂଖ୍ୟା ଦର୍ଶାଯାଇଛି ,ପ୍ରକୃତ ସଂଖ୍ୟା ତାଠାରୁ ଅନେକ ଗୁଣ ଅଧିକ । ସାରାବିଶ୍ୱରେ କୋଭିଡରେ ଯେତିକି ଲୋକ ପ୍ରାଣ ହରାଇଛନ୍ତି ବୋଲି କୁହାଯାଉଛି, ବାସ୍ତବ ସଂଖ୍ୟା ତାଠାରୁ ପ୍ରାୟ ତିନି ଗୁଣ ଅଧିକ ଭାରତରେ ୪୭ ଲକ୍ଷ କୋଭିଡ ମୃତ୍ୟୁ ହୋଇଥିବା ଦାବି କରିଛି ହୁ । ସେପଟେ ହୁର ତଥ୍ୟରେ ତୃଟି ଥିବା ନେଇ କହିଲେ କେନ୍ଦ୍ର ସରକାର ।

ପୁଣି ଥରେ କୋଭିଡ୍ ଜନିତ ମୃତ୍ୟୁ ସଂଖ୍ୟାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଗୁରୁବାର ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ କୁହାଯାଇଛି, କୋଭିଡ୍ ମୃତ୍ୟୁକୁ ନେଇ ସରକାରୀ ଭାବେ ଯେଉଁ ସଂଖ୍ୟା ଦର୍ଶାଯାଇଛି ,ପ୍ରକୃତ ସଂଖ୍ୟା ତାଠାରୁ ଅନେକ ଗୁଣ ଅଧିକ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ୨୦୨୦ ଜାନୁଆରୀରୁ ୨୦୨୧ ଡିସେମ୍ବର ମଧ୍ୟରେ ଭାରତରେ ମୋଟ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ହେଉଛି ୪ ଲକ୍ଷ ୮୦  ହଜାର । କିନ୍ତୁ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରକୃତ ମୃତ୍ୟୁ ସଂଖ୍ୟା ପାଖାପାଖି ୪୭ ଲକ୍ଷ ବୋଲି ଦାବି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଅନ୍ୟପଟେ ହୁ ଜାରି କରିଥିବା ରିପୋର୍ଟରେ ତୃଟି ଥିବା ନେଇ  କହିଲେ କେନ୍ଦ୍ର ସରକାର ।

ସାରାବିଶ୍ୱରେ କୋଭିଡରେ ଯେତିକି ଲୋକ ପ୍ରାଣ ହରାଇଛନ୍ତି ବୋଲି କୁହାଯାଉଛି, ବାସ୍ତବ ସଂଖ୍ୟା ତାଠାରୁ ପ୍ରାୟ ତିନି ଗୁଣ ଅଧିକ । ଗୁରୁବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜାରି କରିଥିବା ଏକ ରିପୋର୍ଟରେ ଏଭଳି କିଛି ଦାବି କରାଯାଇଛି । ଏଥିରେ ଗତ ବର୍ଷ ଜାନୁଆରୀ ୨୦୨୦ ରୁ ଡିସେମ୍ବର ୨୦୨୧ ମଧ୍ୟରେ ହୋଇଥିବା କୋଭିଡ ମୃତ୍ୟୁକୁ ସାମିଲ କରିଛି ହୁ । ଏବଂ କୋଭିଡ ମୃତ୍ୟୁ କୁ ନେଇ ଏଭଳି ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛି । ସରକାରୀ ତଥ୍ୟ ଅନୁସାରେ ବିଶ୍ୱରେ କୋଭିଡ ମୃତ୍ୟୁ ସଂଖ୍ୟା ୫୪ ଲକ୍ଷ । କିନ୍ତୁ ପ୍ରକୃତ ମୃତ୍ୟୁ ସଂଖ୍ୟା ୧ କୋଟି ୪୯ ଲକ୍ଷରୁ ଅଧିକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । କେନ୍ଦ୍ର ସରକାର କିନ୍ତୁ ହୁର ତଥ୍ୟକୁ ଅସ୍ୱୀକାର କରିବା ସହ ହୁ ସଂଗ୍ରହ କରିଥିବ ତଥ୍ୟ ସଠିକ ନଥିବା କହିଛନ୍ତି ।

ସେହିପରି ମହିଳାଙ୍କ ତୁଳନାରେ ପୁରୁଷଙ୍କ ମୃତ୍ୟୁ ଅଧିକ ହୋଇଥିବା ମଧ୍ୟ କହିଛି ହୁ । ତେବେ ହୁର ତଥ୍ୟ ଯଦି ସଠିକ ହୁଏ ତାହେଲେ ଏଠି ପ୍ରଶ୍ନ ଉଠୁଛି, କେନ୍ଦ୍ର ସରକାର କୋଭିଡ ସହାୟତା ଦେବାରୁ ବଂଚିବା ପାଇଁ ଅସଲି ମୃତ୍ୟୁ ସଂଖ୍ୟା ଲୁଚାଇଥିଲେ କି ? କୋଭିଡ ମୃତ୍ୟୁ ସଂଖ୍ୟା ଲୁଚାଇ ବିଶ୍ୱ ସାମ୍ନାରେ ନିଜର କୋଭିଡ ପରିଚାଳନକୁ ସଠିକ ଦର୍ଶାଇବାକୁ ଚେଷ୍ଟା କରୁଥିଲେ କି ? ଏମିତି ଏନେକ ପ୍ରଶ୍ନ ଏବେ ସାଧାରଣରେ ଉଂକି ମାରୁଛି ।