ଭୁବନେଶ୍ୱରରେ ସକ୍ରିୟ ଜମି ମାଫିଆ : ଓଏଲଏକ୍ସରେ ସରକାରୀ ଜମି ବିକ୍ରି ପାଇଁ ବିଜ୍ଞାପନ

ଗୁଣ୍ଠ ମାପ ଅନୁସାରେ ଏକ ଲକ୍ଷ ୧୦ ହଜାର ଓ ବର୍ଗପୁଟ ହିସାବରେ ଏକ ହଜାର ଟଙ୍କା ବୋଲି ହୋଇଛି ଉଲ୍ଲେଖ

200

କନକ ବ୍ୟୁରୋ : ଭୁବନେଶ୍ୱରରେ ସକ୍ରିୟ ହୋଇଛନ୍ତି ଜମି ଜବରଦଖଲକାରୀ । ଓଏଲଏକ୍ସରେ ସରକାରୀ ଜମି ବିକ୍ରି କରିବା ନେଇ ବାହାର କରିଛନ୍ତି ବିଜ୍ଞାପନ । ଭୁବନେଶ୍ୱରରେ ଏଭଳି ଘଟଣା ସାମ୍ନାକୁ ଆସିଛି । ସରକାରୀ ଜମି କିଣାବିକା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥାକୁ ଆପଣାଇଛନ୍ତି ଜମି ଦଲାଲ । ଜବରଦଖଲକାରୀମାନେ ଓଏଲଏକ୍ସ ମାଧ୍ୟମରେ ବିଜ୍ଞାପନ ଦେଇଛନ୍ତି । ଏହି ନୂଆ ତରିକା ଜରିଆରେ ପଇସାବାଲା ଗ୍ରାହକ ଖୋଜିବା ଲକ୍ଷ୍ୟରେ ଜବରଦଖଲକାରୀମାନେ ଏଭଳି କୌଶଳ ଆପଣାଇଛନ୍ତି ।

ବିଜ୍ଞାପନରେ ଜବରଦଖଲକାରୀମାନେ ସରକାରୀ ଜମି ବୋଲି ଦର୍ଶାଇଛନ୍ତି ଓ ଦାମ ମଧ୍ୟ ଉଲ୍ଲେଖ କରିଛନ୍ତି । ଭୁବନେଶ୍ୱର ଗୁଣ୍ଠ ମାପ ଅନୁସାରେ ଏକ ଲକ୍ଷ ୧୦ ହଜାର ଟଙ୍କା ଓ ବର୍ଗପୁଟ ହିସାବରେ ଏକ ହଜାର ଟଙ୍କା ବୋଲି ଜଣାଇଦିଆଯାଇଛି । ଓଏଲଏକ୍ସରେ ଏଭଳି ବିଜ୍ଞାପ୍ନ ଦେଇଛନ୍ତି ସାଲିଆସାହି ଓ ଚନ୍ଦ୍ରଶେଖରପୁର ଅଂଚଳର ଦୁଇଜଣ ଯୁବକ । ଲୟଲା ସ୍କୁଲ ନିକଟ ଖେଳ ପଡିଆ ପାଖରେ ଥିବା ସାଲିଆସାହିର ଏକ ସରକାରୀ ଜମି ବିକ୍ରୀ ପାଇଁ ଏହି ବିଜ୍ଞାପନ ବାହାରିଛି ।

ସବୁଠାରୁ ବଡ କଥା ହେଲା ଜମିରେ ଥିବା ଘର ଫଟୋକୁ ଅପଲୋଡ ବିଜ୍ଞାପନରେ ଅପଲୋଡ କରାଯାଇଛି ଓ ଯୋଗାଯୋଗ କରିବାକୁ ବି ମୋବାଇଲ ନମ୍ବର ବି ଦିଆଯାଇଛି । ସଂପୃକ୍ତ ଯୁବକ ନିଜ ନାଁ ପ୍ରକାଶ ନ କରି ଘଟଣାସ୍ଥଳକୁ ଜମି ଦେଖିବାକୁ ଡାକିଛନ୍ତି । ଭୁବନେଶ୍ୱରର ବିଭିନ୍ନ ବସ୍ତି ଅଂଚଳରେ ଜମି ମାଫିଆମାନେ ବେଶ ସକ୍ରିୟ ଅଛନ୍ତି । ଏହି ମାଫିଆମାନେ ସରକାରୀ ଜମି ଜବରଦଖଲ କରି ମୋଟା ଅଙ୍କରେ ବିକ୍ରି କରୁଛନ୍ତି ।