କନକ ବ୍ୟୁରୋ: ଟିକା ଯୋଗାଣରେ କେନ୍ଦ୍ର ପାତର ଅନ୍ତର କରୁଥିବା ଅଭିଯୋଗ ଆଣିଛନ୍ତି ରାଜ୍ୟସରକାର । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟକୁ ଲେଖିଥିବା ଚିଠିରେ ଏ.ସି.ଏସ୍ ପିକେ ମହାପାତ୍ର ଲେଖିଛନ୍ତି, ପର୍ଯ୍ୟାପ୍ତ ଟିକା ମହଜୁଦ ରହୁନଥିବାରୁ ୧୫ ଦିନ ପାଇଁ ଟିକାକରଣ କରିବାକୁ ରଣନୀତି ହୋଇ ପାରୁ ନାହିଁ ।
ଅନ୍ୟ ରାଜ୍ୟ ଗୁଡିକ ଦିନକୁ ୩ଲକ୍ଷ ଟିକାକରଣ କରୁଛନ୍ତି । ସେମାନଙ୍କ ପର୍ଯ୍ୟାପ୍ତ ଟିକା ମିଳୁଥିବାରୁ ଟିକାକରଣ ଲକ୍ଷ୍ୟ ହାସଲ କରିପାରୁଛନ୍ତି । ଟିକା ଯୋଗାଣରେ ରାଜ୍ୟ ରାଜ୍ୟ ମଧ୍ୟରେ ଏପରି ପାତରଅନ୍ତର ନହେଉ ବୋଲି ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ । ଓଡିଶା ଦିନକୁ ୨ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଛି ।
ଏପଟେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ପ୍ରକୋପ ବଢିଲାଣି, ଆଗକୁ ରାଜ୍ୟରେ ଖରାର ପ୍ରକୋପ ଆହୁରି ବଢିପାରେ । ତେଣୁ ଆଗୁଆ ୧୫ ଦିନ ପାଇଁ ଟିକା ଯୋଗାଇ ଦେବାକୁ ଚିଠିରେ ଅନୁରୋଧ କରିଛନ୍ତି ରାଜ୍ୟ ସରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/Dry-run-for-COVID-19-vaccination-begins-in-Odisha.jpg)