୨୨ ବର୍ଷ ପରେ ଗିରଫ ହେଲା ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ : ପୀଡିତା କହିଲେ, ଅଭିଯୁକ୍ତକୁ ଦିଆଯାଉ ଫାଶୀ, ନହେଲେ ଆଜୀବନ କାରାଦଣ୍ଡ

Advertisment
୨୨ ବର୍ଷ ପରେ ଗିରଫ ହେଲା ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ : ପୀଡିତା କହିଲେ, ଅଭିଯୁକ୍ତକୁ ଦିଆଯାଉ ଫାଶୀ, ନହେଲେ ଆଜୀବନ କାରାଦଣ୍ଡ

କନକ ବ୍ୟୁରୋ : ୨୨ ବର୍ଷ ତଳର ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ପୋଲିସକୁ ବଡ଼ ସଫଳତା । ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳକୁ ଗିରଫ କରିଛି ପୋଲିସ । ୧୯୯୯ ମସିହା ଜାନୁଆରୀ ୯ ତାରିଖରେ ବାରଙ୍ଗ ଥାନା ଅଂଚଳରେ ହୋଇଥିଲା ବିଭତ୍ସ ଗଣଦୁଷ୍କର୍ମ । ଏହି ମାମଲାରେ ୨ଜଣ ଅଭିଯୁକ୍ତ ପ୍ରଦୀପ ସାହୁ ଓ ଧୀରେନ୍ଦ୍ର ମହାନ୍ତି ଗିରଫ ହୋଇଥିଲେ । ଉଭୟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ କରିଥିଲେ ତତ୍କାଳୀନ ଭୁବନେଶ୍ୱର ଜିଲ୍ଲା ଜଜ୍ । ହେଲେ ଏହି ମାମଲାରୁ ଖସି ଯାଇଥିଲେ ବିବନ ଓରଫ ବିବେକାନନ୍ଦ । ନିଜ ନାଁ ଏବଂ ପରିଚୟ ବଦଳାଇ ପୁଣେରେ ରହୁଥିଲା ବିବନ । ଜଳନ୍ଧର ସ୍ୱାଇଁ ନାମ ବଦଳାଇ ରହୁଥିଲା ବିବନ । ସେଠାରେ ପାଣି ମିସ୍ତ୍ରୀ ଭାବେ କାମ କରୁଥିଲା ।

ଏହି ଘଟଣାରେ ପୀଡିତା ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଅଭିଯୁକ୍ତକୁ ଫାଶୀ କିମ୍ବା ଆଜୀବନ ଜେଲ ହେଉ । ବିବନକୁ ଫାଶୀ ହେଲେ ମୋତେ ନ୍ୟାୟ ମିଳିବ । କେବେ ବି ଭାବି ନଥିଲି ବିବନ ବିଶ୍ୱାଳ ଗିରଫ ହେବ । ଅଭିଯୁକ୍ତ ଗିରଫ ହୋଇଥିବାରୁ ମୁଁ ବହୁତ ଖୁସି । ସୁଧାଂଶୁ ଷଡଙ୍ଗୀ ଏବଂ ତାଙ୍କ ଟିମକୁ ଧନ୍ୟବାଦ । ୨୦ ବର୍ଷ ହେଲା ମୁଁ ମରି ମରି ବଞ୍ଚୁଛି । ବନ୍ଧୁକ ଦେଖାଇ ବେକରେ ଲୁହା ରଡ୍ ଲଗାଇ ଦୁଷ୍କର୍ମ ହୋଇଥିଲା । ଏଠାରେ ଲୋକ ଲଜ୍ୟା ଦେଖାଇଲେ ନ୍ୟାୟ ମିଳିବନି । ସିବିଆଇ ଏବେ ସଠିକ୍ ପଦକ୍ଷେପ ନେବ ବୋଲି ମୋ ଆଶା । 

ସୂଚନା ଅନୁଯାୟୀ, ୧୯୯୯ ମସିହା ଜାନୁଆରୀ ୯ ତାରିଖ ରାତିରେ ବାରଙ୍ଗ ଥାନା ଅଞ୍ଚଳ‌ରେ ଘଟିଥିବା ଗଣଦୁର୍ଷ୍କମ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ପୀଡ଼ିତା ଜଣକ ଏକ ଆମ୍ବାସଡର କାରରେ ନିଜ ବନ୍ଧୁଙ୍କ ସହ ଏକ ଢ଼ା‌ବା‌ରେ ଚା’ ପିଇବା ସମୟରେ ତାଙ୍କୁ  ତିନି ଜଣ ଅଭିଯୁକ୍ତ ସେଠାରେ ଦେଖିଥିଲେ। ପରେ ପୀଡ଼ିତା ତାଙ୍କ କାରରେ ଭୁବନେଶ୍ବର ବାହାରିବା ସମୟରେ ଅଭିଯୁକ୍ତମାନେ ଉକ୍ତ କାରଟିକୁ ଅଟକାଇ ‌ତାଙ୍କ ବନ୍ଧୁଙ୍କୁ ମାଡ଼ମାରି ପୀଡ଼ିତାଙ୍କୁ ନିଜ ସାଥୀରେ ନେଇ ଯାଇଥିଲେ। ବେଲଗାଛିଆ ମହଲା ପାଖ ଓ ଭାଲୁକା ଜଙ୍ଗଲରେ ପୀଡ଼ିତାଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ।

ପ୍ରାୟ ତିନି ଚାରି ଘଣ୍ଟା ଧରି ପୀଡ଼ିତାଙ୍କ ସହ ଅପରାଧୀମାନେ ଏହି ଜଘନ୍ୟ କାଣ୍ତ ଘଟଣାଇଥିଲେ। ଏହି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ୧୦ ଜାନୁଆରିରେ କଟକ ମହିଳା ଥାନାରେ କେସ ନମ୍ବର ୩ ରୁଜୁ କରାଯାଇଥିଲା। ୧୨ ତାରିଖ ଦିନ ଘଟଣାର ତଦନ୍ତ ପାଇଁ ରାଜ୍ୟ କ୍ରାଇମବ୍ରାଞ୍ଚଙ୍କୁ ଦିଆଯାଇଥିଲା । ପ୍ରଥମେ ଅଭିଯୁକ୍ତ ବ୍ୟବହାର କରିଥିବା ସ୍କୁଟରଟିକୁ ପୁଲିସ ଠାବ କରିଥିଲା । ପରେ ୨୬ ଜାନୁଆରିରେ ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ପ୍ରଦୀପ ସାହୁ(ପଦିଆ) ଓ ଧୀରେନ୍ଦ୍ର ମହାନ୍ତ(ଟୁନିଆ)ଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ପରେ ୨୬ ଫେବୃଆରିରେ ମାନ୍ୟବର ହାଇକୋର୍ଟ ଘଟଣା‌ର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ଦାୟିତ୍ବ ସିବିଆଇକୁ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe