ଘରକୁ ଫେରିଲେ ଅପହୃତ ବ୍ୟବସାୟୀ : ଅପହରଣର ୫ ଦିନ ପରେ ଝାଡ଼ଖଣ୍ଡରୁ ହେଲେ ଉଦ୍ଧାର

ଗତ ଶନିବାର ଦିନ ରାଉରକେଲା ସ୍ଥିତ ବାସଭବନକୁ ଫେରୁଥିବା ସମୟରେ କରାଯାଇଥିଲା ଅପହରଣ

342

କନକ ବ୍ୟୁରୋ : ଘରକୁ ଫେରିଲେ ଅପହୃତ ବ୍ୟବସାୟୀ । ଅପହରଣ ୫ ଦିନ ପରେ ଘରକୁ ଫେରିଲେ ବ୍ୟବସାୟୀ ପ୍ରଦୀପ କୁଣ୍ଡୁ । ଝାଡ଼ଖଣ୍ଡରୁ ତାଙ୍କୁ ଉଦ୍ଧାର କରାଯାଇଛି । ପ୍ରେସମିଟରେ ଏନେଇ ବିସୃତ ସୂଚନା ଦେବ ପୋଲିସ । ଗତ ଶନିବାର ଦିନ ପ୍ରଦୀପଙ୍କୁ ଅପହରଣ କରାଯାଇଥିଲା । ଏହା ପରେ ପ୍ରଦୀପଙ୍କ ସ୍ତ୍ରୀକୁ ଫୋନ କରି ଟଙ୍କା ମାଗିଥିଲେ ଅପହରଣକାରୀ ।

କ୍ରସର ମାଲିକ ପ୍ରଦୀପ କୁଣ୍ଡୁଙ୍କର କୁମଝରିଆ ପଂଚାୟତର ବିଜାବାହାର ଠାରେ ତାରିଣୀ ଷ୍ଟୋନ କ୍ରସର ୟୁନିଟ ରହିଛି । ଗତ ଶନିବାର ବିଳମ୍ବିତ ସନ୍ଧ୍ୟାରେ ନିଜ କାରରେ ରାଉରକେଲା ସ୍ଥିତ ବାସଭବନକୁ ଫେରୁଥିବା ସମୟରେ ତାଙ୍କୁ ଅପହରଣ କରାଯାଇଛି ।