କନକ ବ୍ୟୁରୋ: ବନ୍ଦ ହେବନି ଆହାର କେନ୍ଦ୍ର । ରାଜ୍ୟର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଆହାର କେନ୍ଦ୍ର ହେଇଛି । ତେଣୁ ଏହା ଚାଲୁ ରହିବ । ଏନେଇ ଆଜି ସ୍ପଷ୍ଟୋକ୍ତି ରଖିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ସରକାର ଗଢିଛି । ତେଣୁ ବିଜେଡି ସରକାରର ଯୋଜନାର ଭବିଷ୍ୟତକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ମନ୍ତ୍ରୀ ଆହାର ଯୋଜନା ବାବଦରେ ସ୍ପଷ୍ଟୀକରଣ ରଖିଛନ୍ତି । ଆଜି ମନ୍ତ୍ରୀ ରାଜଧାନୀ ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଥିବା ଆହାର କେନ୍ଦ୍ର ଯାଇଥିଲେ । ନିୟମ ଅନୁଯାୟୀ ନିଜେ ଆହାର କେନ୍ଦ୍ରରେ ଟୁକୋନ ଆଣିଥିଲେ। ପରେ ଧାଡିରେ ଯାଇ ଖାଇବା ଥାଳି ଆଣି ନିଜେ ଖାଇଛନ୍ତି ମନ୍ତ୍ରୀ ।
ଖାଇବା ଥାଳିରେ ଆଉ ଅଧିକ କଣ ଦିଆଯାଇପାରିବ ସେ ଦିଗରେ ସମୀକ୍ଷା କରିବା ପରେ କଣ ପଦକ୍ଷେପ ନେଇହେବ ଚିନ୍ତା କରିବେ ବୋଲି ମନ୍ତ୍ରୀ କହିଛନ୍ତି। ଆହାର କେନ୍ଦ୍ରରେ ଦିଆଯାଉଥିବା ଖାଦ୍ୟରେ ପରିବା କମିଛି । ନିଜେ ଖାଦ୍ୟ ଖାଇବା ପରେ ଏହାକୁ ସ୍ବୀକାର କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ତେବେ ଆହର କେନ୍ଦ୍ରର ନାମ ପରିବର୍ତ୍ତନ ନେଇ କହିଛନ୍ତି, ଆବଶ୍ୟକ ହେଲେ ପରିବର୍ତ୍ତନ କରାଯିବ ବୋଲି ସେ କହିଛନ୍ତି ।