ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ଖୋଲିବାକୁ ଯୋଜନା । ଯଦି ସ୍ଥିତି ଠିକ ରହେ ତେବେ ଅଗଷ୍ଟ ୧୬ରୁ ଖୋଲିବ ନବମ ଶ୍ରେଣୀ ।

288

କନକ ବ୍ୟୁରୋ: ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ଖୋଲିବାକୁ ଯୋଜନା । ଯଦି ସ୍ଥିତି ଠିକ ରହେ ତେବେ ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ମଧ୍ୟ ଖୋଲାଯିବ । ସେହିପରି ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ସେପ୍ଟେମ୍ବର ୧୫ ପରଠାରୁ କରିବାକୁ ଯୋଜନା କରାଯାଉଛି । ସେହିପରି ସିବିଏସଏଇ ଓ ଅନ୍ୟ ବୋର୍ଡର ମାଟ୍ରିକ ପରୀକ୍ଷା ଫଳ ଆସିବା ପରେ ଏକାଦଶ ପାଇଁ ଆଡମିଶନ ହେବ ।

ସେହିପରି ରାଜ୍ୟରେ ଦଶମ-ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଜୁଲାଇ ୨୬ରୁ ସ୍କୁଲ ଯିବେ ଦଶମ-ଦ୍ୱାଦଶ ଶ୍ରେଣୀ ପିଲା । ସକାଳ ୧୦ଟାରୁ ଗୋଟାଏ ୩୦ ଯାଏଁ ସ୍କୁଲ ଖୋଲିବ । ରବିବାର ଓ ସମସ୍ତ ସରକାରୀ ଛୁଟିଦିନରେ ସ୍କୁଲ ବନ୍ଦ ରହିବ ।

ସ୍କୁଲ ଖୋଲିବାର ସପ୍ତାହେ ପୂର୍ବରୁ ସ୍କୁଲ ପରିଷ୍କାର ଓ ପରିଚ୍ଛନ୍ନ କରାଯିବ । ଛାତ୍ରଛାତ୍ରୀ ଶ୍ରେଣୀରେ ବସିବା ପାଇଁ ଗାଇଡଲାଇନ ଅନୁଯାୟୀ ସ୍ଥାନ ବଛାଯିବ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।