କରୋନାକୁ ମାତ ଦେଲେ ୯୧ ବର୍ଷିୟ ବୃଦ୍ଧ । ଜୟପୁର କୋଭିଡ଼ ହସ୍ପିଟାଲରୁ ସୁସ୍ଥ ହୋଇ ଫେରିଲେ କାଶୀନାଥ ପାଢ଼ୀ , ଉତମ ଚିକିତ୍ସା ସେବା ପାଇଁ ଡାକ୍ତର ଓ ହସ୍ପିଟାଲ କର୍ମଚାରୀଙ୍କୁ ଦେଲେ ଧନ୍ୟବାଦ

95

କନକ ବ୍ୟୁରୋ : କରୋନା ଉପରେ ବିଜୟ ହାସଲ କଲେ  ୯୧ ବର୍ଷିୟ ବୃଦ୍ଧ । କରୋନାକୁ ମାତ ଦେଇଛନ୍ତି କୋରାପୁଟ ଜିଲ୍ଲା କୋଟପାଡ ବ୍ଲକର କାଶିନାଥ ପାଢ଼ି । ଜୟପୁର କୋଭିଡ଼ ହସ୍ପିଟାଲରୁ ଆସିଛି ଏମିତି ଏକ ଭଲ ଖବର । କାଶିନାଥଙ୍କ ସମେତ ତାଙ୍କ ପରିବାରର ୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ।

ସମସ୍ତ ଆକ୍ରାନ୍ତଙ୍କୁ ଜୟପୁର କୋଭିଡ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉତମ ଚିକିତ୍ସା ସେବା ଯୋଗୁଁ ସୁସ୍ଥ ଫେରିଛନ୍ତି କାଶିନାଥ । ଏବଂ ଉତମ ସେବା ପାଇଁ ଡ଼ାକ୍ତର ଓ ମେଡ଼ିକାଲ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଇଛନ୍ତି ୯୧ ବର୍ଷିୟ କରୋନା ବିଜୟୀ କାଶିନାଥ ପାଢୀ ।