କନକ ବ୍ୟୁରୋ : କରୋନା ଉପରେ ବିଜୟ ହାସଲ କଲେ ୯୧ ବର୍ଷିୟ ବୃଦ୍ଧ । କରୋନାକୁ ମାତ ଦେଇଛନ୍ତି କୋରାପୁଟ ଜିଲ୍ଲା କୋଟପାଡ ବ୍ଲକର କାଶିନାଥ ପାଢ଼ି । ଜୟପୁର କୋଭିଡ଼ ହସ୍ପିଟାଲରୁ ଆସିଛି ଏମିତି ଏକ ଭଲ ଖବର । କାଶିନାଥଙ୍କ ସମେତ ତାଙ୍କ ପରିବାରର ୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ।
ସମସ୍ତ ଆକ୍ରାନ୍ତଙ୍କୁ ଜୟପୁର କୋଭିଡ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉତମ ଚିକିତ୍ସା ସେବା ଯୋଗୁଁ ସୁସ୍ଥ ଫେରିଛନ୍ତି କାଶିନାଥ । ଏବଂ ଉତମ ସେବା ପାଇଁ ଡ଼ାକ୍ତର ଓ ମେଡ଼ିକାଲ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଇଛନ୍ତି ୯୧ ବର୍ଷିୟ କରୋନା ବିଜୟୀ କାଶିନାଥ ପାଢୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/42-2.jpg)