ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା । ସୁପ୍ରିମକୋର୍ଟରେ ଶୁଣାଣି, ରାୟ ସଂରକ୍ଷିତ । ସିବିଆଇ ତଦନ୍ତ ନେଇ କାଲି ଆସିବ ରାୟ

249

କନକ ବ୍ୟୁରୋ: ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ସମସ୍ତ ପକ୍ଷର ଯୁକ୍ତି ଶୁଣିଛନ୍ତି ସୁପ୍ରିମକୋର୍ଟ । ବଲିଉଡ୍ ଅଭିନେତ୍ରୀ ରିଆ ଚକ୍ରବର୍ତୀଙ୍କ ଆବେଦନ ଉପରେ ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ । ଶୁଣାଣୀ କରିବା ସହ ରାୟ ସୁରକ୍ଷିତ ରଖିଛନ୍ତି କୋର୍ଟ । ଏବେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଆଗକୁ ମୁମ୍ୱାଇ ପୋଲିସ କରବ ନା ସିବିଆଇ କରିବ ଆସନ୍ତା ଗୁରୁବାର ଏହାର ରାୟ ଆସିବ । ତେବେ ସମସ୍ତ ପକ୍ଷଙ୍କୁ ଲିଖିତ ଜବାବ ଦେବା ପାଇଁ କୋର୍ଟ ଗୁରୁବାର ଯାଏଁ ସମୟ ଦେଇଛନ୍ତି । ମାମଲାକୁ ବିହାରରୁ ମୁମ୍ବାଇ ସ୍ଥାନାନ୍ତର କରିବା ପାଇଁ ଆବେଦନ କରିଥିଲେ ରିଆ । କୋର୍ଟ ଏନେଇ ଓକିଲଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି ।

ଗୁରୁବାର ଏହାର ପରବର୍ତି ଶୁଣାଣି ହେବ । ଏହି ମାମଲାରେ ରିୟା ଚକ୍ରବର୍ତିଙ୍କ ପକ୍ଷରୁ ସାମ୍ ଦିବାନ୍ ଏବଂ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଅଭିଷେକ ମନୁସିଂଗଭି ସୁପ୍ରିମକୋର୍ଟରେ ପକ୍ଷ ରଖିଥିଲେ । ବିହାର ସରକାରଙ୍କ ପକ୍ଷରୁ ମନିନ୍ଦର ସିଂ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ସିଲିସିଟର ଜେନେରାଲ ତୁଷାର ମେହତା ପକ୍ଷ ରଖିଥିଲେ । ଏହି ଅବସରରେ ତୁଷାର ମେହତା ସର୍ବୋଚ୍ଚ ଅଦାଲତରେ କହିଛନ୍ତି କୌଣସି ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାରୁ ମାମଲା ଦାଏର ହେଲେ ଅନ୍ୟ ଏକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏହାର ତଦନ୍ତ କରିପାରିବେ । ତେଣୁ ସିବିଆଇ ଏହି ମାମଲାରେ ସାମିଲ ହେବା ଉଚିତ୍ ବୋଲି ସେ ଯୁକ୍ତି ରଖିଛନ୍ତି ।

ସେପଟେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ  ମାମଲାରେ ଆଜି ତୃତୀୟ ଥର ପାଇଁ ଶ୍ରୁତି ମୋଦିଙ୍କୁ ଜେରା କରିଛି ଇଡି । ଜେରାରେ ସୁଶାନ୍ତଙ୍କ ପୂର୍ବତନ ବିଜନେସ ମ୍ୟାନେଜର ଶ୍ରୁତି ମୋଦି ବଡ ଖୁଲ୍ଲାସା କରିଛନ୍ତି । ସୁଶାନ୍ତଙ୍କ ସମସ୍ତ ଅର୍ଥକାରବାର ରିଆ କରୁଥିବା ଶ୍ରୁତି କହିଛନ୍ତି । ରିୟା ଏ ସମସ୍ତ ନିଜ ନିୟନ୍ତ୍ରଣରେ ରଖି ପରିଚାଳନା କରୁଥିଲେ । ଶ୍ରୁତି କହିଛନ୍ତି ଅଭିନେତାଙ୍କ ସମସ୍ତ ଫିଲ୍ମ ପ୍ରୋଜେକ୍ଟ, ବିଜନେସ ଓ ଅନ୍ୟାନ୍ୟ ଅର୍ଥ କାରବାରକୁ ରିଆ ନିଜ ହାତମୁଠାରେ ରଖି ପରିଚାଳନା କରିଥିଲେ । ତେବେ ୨୦୨୦ ପର ଠୁ ଶ୍ରୁତି ସୁଶାନ୍ତଙ୍କ ବିଜସେନ ମ୍ୟାନେଜର ଦାୟିତ୍ୱରୁ ଓହରିବା ସହ ତାଙ୍କ ସହିତ ସର୍ମ୍ପକରେ ସେ ନଥିଲେ । ସେହିପରି ଇଡି ନିକଟରେ ପୁଣି ହାଜର ହୋଇଛନ୍ତି ସୁଶାନ୍ତଙ୍କ ସାଙ୍ଗ ସିଦ୍ଧାର୍ଥ ପିଠାନୀ । ଗତକାଲି ମନି ଲଡ୍ରିଂ ମାମଲାରେ ସିଦ୍ଧାର୍ଥଙ୍କୁ ୮ ଘଂଟା ଜେରା କରିଥିଲା ଇଡି ।