୮୧ ବର୍ଷୀୟ ବୃଦ୍ଧଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା । ବିଭାଗୀୟ ଅଧିକାରୀଙ୍କୁ ଗୁହାରି କରି କରି ନୟାନ୍ତ ହେଲେଣି ଆଦିକନ୍ଦ ପ୍ରଧାନ ।

84

କନକ ବ୍ୟୁରୋ: ବୟସର ଅପରାହ୍ଣରେ ଅସହାୟ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସରକାର ବିଭିନ୍ନ ପ୍ରକାର ଭତ୍ତାର ବ୍ୟବସ୍ଥା କରିଛନ୍ତି । ହେଲେ ଯୋଗ୍ୟତା ଥାଇ ମଧ୍ୟ ଅନେକ ହିତାଧିକାରୀ ଭତ୍ତା ପାଇ ପାରୁନାହାନ୍ତି । ଯାହାର ଏକ ଉଦାହରଣ ଆସିଛି ଗଞ୍ଜାମ ଜିଲ୍ଲା କଳମ୍ବ ପଞ୍ଚାୟତର ବଡ ନୂଆଗାଁ ଅଞ୍ଚଳରୁ ।

ବୟସ ୮୦ ପୁରି ୮୧ ଚାଲିଛି । ହେଲେ ଏଯାଏଁ ମିଳୁନି ଅସହାୟ ଭତ୍ତା । ଦୀର୍ଘ ୨୦ ବର୍ଷ ହେବ ଦଉଡି ଦଉଡି ନୟାନ୍ତ ହୋଇପଡିଲେଣି । ହେଲେ କେହି ବି ଶୁଣୁନାହାନ୍ତି ଜଣେ ବୃଦ୍ଧାଙ୍କ କଥା । ଅଜଣାସ୍ଥାନରେ ଅଟକି ଯାଉଛି ତାଙ୍କ ଦରଖାସ୍ତ । ଏଭଳି ଅବହେଳାର ଶିକାର ହୋଇଛନ୍ତି ଗଂଜାମ ଜିଲ୍ଲା ପୋଲସରା ବ୍ଲକ କଳମ୍ବ ପଞ୍ଚାୟତ ବଡନୂଆଗାଁର ବାସିନ୍ଧା ଆଦିକନ୍ଦ ପ୍ରଧାନ ।

ବୟସ ଥିବା ବେଳେ ମୁଲ ମଜୁରି ଲାଗି ପେଟ ପୋଷୁଥିଲେ । ହେଲେ ଏବେ ଆଉ କରି ପାରୁନାହାନ୍ତି । ୬୦ ପୁରିବା ପର ଠାରୁ ୨୦ ବର୍ଷ ହେଲାଣି ବାର୍ଦ୍ଧକ୍ୟ ଭତ୍ତାଟିଏ ପାଇଁ ଆବେଦନ କରି ଆସୁଛନ୍ତି ଆଦିକନ୍ଦ । କିନ୍ତୁ ଆଜି ବି ଆଦିକନ୍ଦଙ୍କୁ ଭତ୍ତା ଟିଏ ମିଳିନାହିଁ । କେବଳ ଆଦିକନ୍ଦ ନୁହଁନ୍ତି, ତାଙ୍କ ଭଳି ୬୬ ବର୍ଷିୟ ଭାସି ସାହୁ, ୭୨ ବର୍ଷିୟ ଶିବରାମ ମହାପତ୍ର ଅଭିଯୋଗ କରିକରି ନୟାନ୍ତ ହେଲେଣି । କିନ୍ତୁ ତାଙ୍କ ଗୁହାରି ନା ଶୁଣିପାରୁନାହାନ୍ତି ବିଭାଗୀୟ ବାବୁ । ଆଉ କେତେ ବର୍ଷ ବିତିବା ପରେ ଏହି ବୃଦ୍ଧ ଓ ବୃଦ୍ଧାଙ୍କ ଉପରେ ପ୍ରଶାସନର  ନଜର ପଡିବ, ତାକୁ ହିଁ ଅପେକ୍ଷା ।