Ukrainian servicemen stand by a deactivated Russian military multiple rocket launcher on the outskirts of Kharkiv, Ukraine, Friday, Feb. 25, 2022. Russian troops bore down on Ukraine's capital Friday, with gunfire and explosions resonating ever closer to the government quarter, in an invasion of a democratic country that has fueled fears of wider war in Europe and triggered worldwide efforts to make Russia stop. (AP Photo/Vadim Ghirda)
କନକ ବ୍ୟୁରୋ: ୭୦ ଦିନରେ ପହଂଚିଛି ରୁଷ-ୟୁକ୍ରେନ ଯୁଦ୍ଧ । ଏହାରି ଭିତରେ ବୁଧବାର ବଡ ଦାବି କରିଛି ରୁଷ ସେନା । ୟୁକ୍ରେନସେନାଙ୍କୁ ବିଦେଶୀ ଅସ୍ତ୍ର ଯୋଗାଣ ନିମସ୍ତେ ବ୍ୟବହାର କରାଯାଉଥିବା ୬ଟି ରେଳଷ୍ଟେସନକୁ ଆକ୍ରମଣ କରି ଧ୍ୱଂସ କରିଥିବା ରୁଷ ପ୍ରତିରକ୍ଷାମନ୍ତ୍ରାଳୟ କହିଛି । ଏଥିସହ ୪ଟି ଆଗ୍ନେୟଅସ୍ତ୍ର ଡିପୋ ସମେତ ୪୦ଟି ୟୁକ୍ରେନ ମିଲିଟାରୀ ବେସ ଉପରେ ଆକ୍ରମଣ କରିଥିବା ରୁଷ ଦାବୀ କରିଛି । ସେପଟେ ପୂର୍ବ ୟୁକ୍ରେନରେ ରୁଷ ସେନାର ଗୁଳିବର୍ଷାରେ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ମାରିୟୁପୋଲରେ ଥିବା ଇସ୍ପାତ କାରଖାନା ଉପରେ ମଧ୍ୟ ବୋମା ବର୍ଷଣ କରିଚାଲିଛି କ୍ରେମଲିନ --- ଯୁଦ୍ଧ ଭିତରେ ବ୍ରିଟେନ ଗୁଇନ୍ଦାବିଭାଗ କହିଛି କି ଖୁବ ଶିଘ୍ର ରୁଷ ଆଉ ୨ ସହର ଉପରେ କବଜା କରିବାକୁ ଉଦ୍ୟମ କରୁଛି । ପୂର୍ବ ୟୁକ୍ରେନସ୍ଥିତ କ୍ରାମାଟୋସ୍କ୍୍ ୍ଓ ସେଭେରୋଡୋନେସ୍କ ଦଖଲ କରିବାକୁ ଉଦ୍ୟମ କରୁଛି କ୍ରେମଲିନ ।
ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ରୁଷର ଐିତିହାସିକ ଦିନ ମେ ୯ ତାରିଖକୁ ନେଇ ଚର୍ଚ୍ଚା ଜୋର ଧରିଛି । ଶକ୍ତିଶାଳୀ ରାଷ୍ଟ୍ର ରଷିଆ ପ୍ରାଣମୂର୍ଚ୍ଚା ଉଦ୍ୟମ କରିବା ସତ୍ୱେ ୟୁକ୍ରେନ ଉପରେ ବିଜୟ ହାସଲ କରିପାରିନି । ତେଣୁ ମେ ୯ ବିଜୟ ଦିବସରେ ପୁଟିନ ଯୁଦ୍ଧ ଉପରେ କିଛି ବଡ ଘୋଷଣା କରିବା ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।
ସମଗ୍ର ବିଶ୍ୱ ଆଗରେ ନିଜର ପତିଆରା ଦେଖାଇ ରୁଷକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ରୁପେ ପ୍ରମାଣିତ କରିବାକୁ ଚେଷ୍ଟା କରିଆସିଛନ୍ତି ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ । ମାତ୍ର ୟୁକ୍ରେନ ଭଳି ଏକ ଛୋଟ ରାଷ୍ଟ୍ରକୁ ଏଜାବତ୍ ମାତ ଦେବାରେ ସକ୍ଷମ ହୋଇନାହାନ୍ତି । ଆଉ ଏବେ ପୁଟିନ ଏହି ବିଜୟ ଦିବସକୁ ମାଧ୍ୟମ କରି ଯୁଦ୍ଧ ପାଇଁ କିଛି ଫାଇଦା ହାତେଇବାକୁ ଚେଷ୍ଟା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ଏହି ଦିନ ସାରା ବିଶ୍ୱ ନଜରରେ ଉଭୟ ରୁଷ ଓ ନିଜେ ରାଷ୍ଟ୍ରପତି ପୁଟିନ ରହିବେ । ତେଣୁ ମେ ୯ରେ ମସ୍କୋରେ ଶକ୍ତିପ୍ରଦର୍ଶନ କରିବ କ୍ରେମଲିନ ଓ ଏହି ଦିନ ପୁଟିନ କିଛି ବଡ ଘୋଷଣା କରିବା ନେଇ ଅନୁମାନ କରିଛନ୍ତି ପାଶ୍ଚାତ୍ୟଦେଶ ।
.ୟୁକ୍ରେନ ଉପରେ ଜାରି ରହିଥିବା ଆକ୍ରମଣକୁ ରୁଷ ଯୁଦ୍ଧଭାବେ ଘୋଷଣା କରିପାରେ ।
.ଏପର୍ଯ୍ୟନ୍ତ ଆକ୍ରମଣକୁ ରଷ ସ୍ପେଶାଲ ମିଲିଟାରୀ ଅପରେସନର ନାଁ ଦେଇଛି ।
.ଲୋହାନସ୍କ ଓ ଡୋନେସ୍କକୁ ରୁଷରେ ସାମିଲ କରିବା ନେଇ ଔପଚାରି୍କ ଘୋଷଣା ସମ୍ଭାବନା ।
ଆମେରିକା ଓ ବ୍ରିଟେନ କହିଛନ୍ତି ଯେ ନିଜ ଦେଶବାସୀଙ୍କଠୁ ପୂର୍ଣ୍ଣ ସମର୍ଥନ ପାଇବା ପାଇଁ ଓ ସେନାକୁ ଶକ୍ତ କରିବା ଉଦ୍ଦେଶ୍ୟରେ ମେ ୬ ତାରିଖ ଅର୍ଥାତ ରୁଷର ବିଜୟ ଦିବସରେ ରାଷ୍ଟ୍ରପତି ପୁଟିନ କିଛି ବଡ ଘୋଷଣା କରିପାରନ୍ତି ।
ଯୁଦ୍ଧରେ ରୁଷ ସେନାକୁ ମୁହଁତୋଡ ଜବାବ ଦେଉଛି ୟୁକ୍ରେନ । ଶକ୍ତଶାଳି ରାଷ୍ଟ୍ର ସମ୍ମୁଖରେ ଦମ୍ଭର ସହ ଛିଡା ହୋଇଛି ୟୁକ୍ରେନ । ଏହାରି ଭିତରେ ପୁଟିନ ନିଜ ଯୁଦ୍ଧ ରଣନୀତିରେ ବାରମ୍ବାର ପରିବର୍ତନ ମଧ୍ୟ କରୁଛନ୍ତି । କେବଳ ଗୋଟେ ଲକ୍ଷ୍ୟ, କଳେବଳେ କୌଶଳେ କିଭଳି ୟୁକ୍ରେନକୁ ଅକ୍ତିଆର କରାଯିବ । ପ୍ରଥମେ ପୁଟିନବାହୀନୀ ୟୁକ୍ରେନର ପଶ୍ଚିମପଟୁ ଆକ୍ରମଣ ଜୋରଦାର କରି କବଜା କରିବାକୁ ପ୍ରୟାସ କରୁଥିବାବେଳେ ଏବେ ଦକ୍ଷିଣ ଓ ପୂର୍ବ ୟୁକ୍ରେନକୁ ଘେରି ଧୁଆଁଧାର ଆକ୍ରମଣ କରୁଛନ୍ତି ।
Follow Us