୭୦ ଦିନରେ ପହଁଚିଲା ୟୁକ୍ରେନ-ରୁଷିଆ ଯୁଦ୍ଧ: ୟୁକ୍ରେନର ୫ଶହ ସ୍ଥାନରେ ବୋମା ମାଡ କଲା ପୁଟିନ୍ ଆର୍ମି

145

କନକ ବ୍ୟୁରୋ: ୭୦ ଦିନରେ ପହଂଚିଛି ରୁଷ-ୟୁକ୍ରେନ ଯୁଦ୍ଧ । ଏହାରି ଭିତରେ ବୁଧବାର ବଡ ଦାବି କରିଛି ରୁଷ ସେନା । ୟୁକ୍ରେନସେନାଙ୍କୁ ବିଦେଶୀ ଅସ୍ତ୍ର ଯୋଗାଣ ନିମସ୍ତେ ବ୍ୟବହାର କରାଯାଉଥିବା ୬ଟି ରେଳଷ୍ଟେସନକୁ ଆକ୍ରମଣ କରି ଧ୍ୱଂସ କରିଥିବା ରୁଷ ପ୍ରତିରକ୍ଷାମନ୍ତ୍ରାଳୟ କହିଛି । ଏଥିସହ ୪ଟି ଆଗ୍ନେୟଅସ୍ତ୍ର ଡିପୋ ସମେତ ୪୦ଟି ୟୁକ୍ରେନ ମିଲିଟାରୀ ବେସ ଉପରେ ଆକ୍ରମଣ କରିଥିବା ରୁଷ ଦାବୀ କରିଛି । ସେପଟେ ପୂର୍ବ ୟୁକ୍ରେନରେ ରୁଷ ସେନାର ଗୁଳିବର୍ଷାରେ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ମାରିୟୁପୋଲରେ ଥିବା ଇସ୍ପାତ କାରଖାନା ଉପରେ ମଧ୍ୟ ବୋମା ବର୍ଷଣ କରିଚାଲିଛି କ୍ରେମଲିନ — ଯୁଦ୍ଧ ଭିତରେ ବ୍ରିଟେନ ଗୁଇନ୍ଦାବିଭାଗ କହିଛି କି ଖୁବ ଶିଘ୍ର ରୁଷ ଆଉ ୨ ସହର ଉପରେ କବଜା କରିବାକୁ ଉଦ୍ୟମ କରୁଛି । ପୂର୍ବ ୟୁକ୍ରେନସ୍ଥିତ କ୍ରାମାଟୋସ୍କ୍୍ ୍ଓ ସେଭେରୋଡୋନେସ୍କ ଦଖଲ କରିବାକୁ ଉଦ୍ୟମ କରୁଛି କ୍ରେମଲିନ ।

ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ରୁଷର ଐିତିହାସିକ ଦିନ ମେ ୯ ତାରିଖକୁ ନେଇ ଚର୍ଚ୍ଚା ଜୋର ଧରିଛି । ଶକ୍ତିଶାଳୀ ରାଷ୍ଟ୍ର ରଷିଆ ପ୍ରାଣମୂର୍ଚ୍ଚା ଉଦ୍ୟମ କରିବା ସତ୍ୱେ ୟୁକ୍ରେନ ଉପରେ ବିଜୟ ହାସଲ କରିପାରିନି । ତେଣୁ ମେ ୯ ବିଜୟ ଦିବସରେ ପୁଟିନ ଯୁଦ୍ଧ ଉପରେ କିଛି ବଡ ଘୋଷଣା କରିବା ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ସମଗ୍ର ବିଶ୍ୱ ଆଗରେ ନିଜର ପତିଆରା ଦେଖାଇ ରୁଷକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ରୁପେ ପ୍ରମାଣିତ କରିବାକୁ ଚେଷ୍ଟା କରିଆସିଛନ୍ତି ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ । ମାତ୍ର ୟୁକ୍ରେନ ଭଳି ଏକ ଛୋଟ ରାଷ୍ଟ୍ରକୁ ଏଜାବତ୍ ମାତ ଦେବାରେ ସକ୍ଷମ ହୋଇନାହାନ୍ତି । ଆଉ ଏବେ ପୁଟିନ ଏହି ବିଜୟ ଦିବସକୁ ମାଧ୍ୟମ କରି ଯୁଦ୍ଧ ପାଇଁ କିଛି ଫାଇଦା ହାତେଇବାକୁ ଚେଷ୍ଟା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ଏହି ଦିନ ସାରା ବିଶ୍ୱ ନଜରରେ ଉଭୟ ରୁଷ ଓ ନିଜେ ରାଷ୍ଟ୍ରପତି ପୁଟିନ ରହିବେ । ତେଣୁ ମେ ୯ରେ ମସ୍କୋରେ ଶକ୍ତିପ୍ରଦର୍ଶନ କରିବ କ୍ରେମଲିନ ଓ ଏହି ଦିନ ପୁଟିନ କିଛି ବଡ ଘୋଷଣା କରିବା ନେଇ ଅନୁମାନ କରିଛନ୍ତି ପାଶ୍ଚାତ୍ୟଦେଶ ।

.ୟୁକ୍ରେନ ଉପରେ ଜାରି ରହିଥିବା ଆକ୍ରମଣକୁ ରୁଷ ଯୁଦ୍ଧଭାବେ ଘୋଷଣା କରିପାରେ ।
.ଏପର୍ଯ୍ୟନ୍ତ ଆକ୍ରମଣକୁ ରଷ ସ୍ପେଶାଲ ମିଲିଟାରୀ ଅପରେସନର ନାଁ ଦେଇଛି ।
.ଲୋହାନସ୍କ ଓ ଡୋନେସ୍କକୁ ରୁଷରେ ସାମିଲ କରିବା ନେଇ ଔପଚାରି୍କ ଘୋଷଣା ସମ୍ଭାବନା ।

ଆମେରିକା ଓ ବ୍ରିଟେନ କହିଛନ୍ତି ଯେ ନିଜ ଦେଶବାସୀଙ୍କଠୁ ପୂର୍ଣ୍ଣ ସମର୍ଥନ ପାଇବା ପାଇଁ ଓ ସେନାକୁ ଶକ୍ତ କରିବା ଉଦ୍ଦେଶ୍ୟରେ ମେ ୬ ତାରିଖ ଅର୍ଥାତ ରୁଷର ବିଜୟ ଦିବସରେ ରାଷ୍ଟ୍ରପତି ପୁଟିନ କିଛି ବଡ ଘୋଷଣା କରିପାରନ୍ତି ।

ଯୁଦ୍ଧରେ ରୁଷ ସେନାକୁ ମୁହଁତୋଡ ଜବାବ ଦେଉଛି ୟୁକ୍ରେନ । ଶକ୍ତଶାଳି ରାଷ୍ଟ୍ର ସମ୍ମୁଖରେ ଦମ୍ଭର ସହ ଛିଡା ହୋଇଛି ୟୁକ୍ରେନ । ଏହାରି ଭିତରେ ପୁଟିନ ନିଜ ଯୁଦ୍ଧ ରଣନୀତିରେ ବାରମ୍ବାର ପରିବର୍ତନ ମଧ୍ୟ କରୁଛନ୍ତି । କେବଳ ଗୋଟେ ଲକ୍ଷ୍ୟ, କଳେବଳେ କୌଶଳେ କିଭଳି ୟୁକ୍ରେନକୁ ଅକ୍ତିଆର କରାଯିବ । ପ୍ରଥମେ ପୁଟିନବାହୀନୀ ୟୁକ୍ରେନର ପଶ୍ଚିମପଟୁ ଆକ୍ରମଣ ଜୋରଦାର କରି କବଜା କରିବାକୁ ପ୍ରୟାସ କରୁଥିବାବେଳେ ଏବେ ଦକ୍ଷିଣ ଓ ପୂର୍ବ ୟୁକ୍ରେନକୁ ଘେରି ଧୁଆଁଧାର ଆକ୍ରମଣ କରୁଛନ୍ତି ।