୨୦୨୪ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସରେ ଭାରତୀୟ ବଂଶୋଦ୍ଭବ, ରିପବ୍ଲିକାନ ପାର୍ଟି ପକ୍ଷରୁ ନିର୍ବାଚନ ଲଢିବେ ନିକି ହେଲି

185

କନକ ବ୍ୟୁରୋ : ଜାତିସଂଘରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ତଥା ଭାରତୀୟ ବଂଶୋଦ୍ଧବ ନିକି ହେଲି ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟି ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବେ । ଗତ ନିର୍ବାଚନରେ ରିପବ୍ଲିକାନ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଥିବା ଡୋନାଲ୍ଡ ଟ୍ରମ୍ପକୁ ଚ୍ୟାଲେଞ୍ଜ ଦେଇ ଏଭଳି ଘୋଷଣା କରିଛନ୍ତି ନିକି ହେଲି । ତାଙ୍କୁ ୱାସିଂଟନ୍ର ନୂଆ ପିଢିର ନେତା ଭାବେ ଗଣାଯାଉଛି । ଦକ୍ଷିଣ କାରୋଲିନାର ପୂର୍ବତନ ରାଜ୍ୟପାଳ ୫୧ ବର୍ଷିୟ ନିକି ହେଲି ଏକ ଭିଡିଓ କରି ଏସମ୍ପର୍କରେ ସୂଚନା ଦେଇଛନ୍ତି । ଭିଡିଓରେ ସେ ଜଣେ ପ୍ରବାସୀ ଭାରତୀୟ ବୋଲି କହିଛନ୍ତି । ଏବେ ସମୟ ଆସିଛି ନୂଆ ପିଢିର ନୂଆ ନେତାଙ୍କ ପାଇଁ ରାଜକୋଷର ବିକାଶ, ସୀମାରେ ସୁରକ୍ଷା ଏବଂ ଦେଶର ଶକ୍ତିି ଆହୁରି ବୃଦ୍ଧି କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିବା କହିଛନ୍ତି ନିକି ହେଲି । ଜଣେ ଭାରତୀୟ ଝିଅ ଭାବେ ସେ ଗର୍ବିତ, ବୋଲି ଭିଡିଓରେ କହିଛନ୍ତି ନିକି ହେଲି । ପ୍ରବାସୀ ଭାରତୀୟଙ୍କ ଭୋଟ ହାତେଇବାରୁ ନିକି ହେଲିକୁ ରିପବ୍ଲିକାନ ପାର୍ଟି ରାଷ୍ଟ୍ରପତି ପ୍ରାର୍ଥୀ କରିବାର ଆଶା ରହିଛି ।