ଜରାଜୀର୍ଣ୍ଣ ହୋଇପଡିଛି ୪୮ ବର୍ଷର ପୁରୁଣା ପାଠାଗାର । ବେଢିଛି ବୁଢିଆଣୀ ଜାଲ,ଝୁଲୁଛି ତାଲା

46

କନକ ବ୍ୟୁରୋ : ସମୟ ବଦଳିବା ସହିତ ଡିଜିଟାଲ ଛାପ ପଡିଥିଲେ ବି ରହିଛି ପାଠାଗାର ଚାହିଦା । ଏବେ ବି ପାଠ୍ୟପୁସ୍ତକ ଉପରେ ନିର୍ଭର କରୁଛନ୍ତି ବିଭିନ୍ନ ପୁସ୍ତକପ୍ରେମୀ । ବ୍ରହ୍ମପୁର ମହାନଗର ନିଗମଠାରୁ ମାତ୍ର ୩୦ମିଟର ଦୂରରେ ରହିଛି ଓଡିଶା ପବ୍ଲିକ ଇ-ଲାଇବ୍ରେରୀ । ନିଗମ ଅଧିନରେ ଥିବା ଏହି ଦୁଇ ମହାଲା ବିଶିଷ୍ଟ କୋଠାର ତଳ ମହଲାରେ ୮ଗୋଟି ଦୋକାନ ଗୃହ ଥିବା ବେଳେ ଉପର ମହଲା ଲାଇବ୍ରେରୀ କୁ ଯିବା ସିଡି ରାସ୍ତାରେ ତାଲା ଝୁଲୁଛି । ବୁଢିଆଣୀ ଜାଲ ଭର୍ତି ହୋଇଥିବା ବେଳେ ଦିନ ଦିନ ଧରି ଏହା ବନ୍ଦ ପଡିଛି । ଜରାଜୀର୍ଣ୍ଣ ପାଠାଗାରଟିକୁ ପୁନରୁଦ୍ଧାର କରାଯାଇ କିଛି ବର୍ଷ ଚାଲିବା ପରେ ପୁଣି ବନ୍ଦ କରିଦିଆଗଲା । ଆଖପାଖରୁ ଛାତ୍ରଛାତ୍ରୀଙ୍କଠାରୁ ନେଇ ବହୁ ଲୋକ ଏହି ପାଠାଗାରକୁ ଆସୁଥିଲେ । ହେଲେ ଜରାଜୀର୍ଣ୍ଣ ହୋଇପଡିଥିବା ପାଠାଗାର ବନ୍ଦ ହୋଇପଡିଥିବା ବେଳେ ପୁସ୍ତକପ୍ରେମୀଙ୍କୁ ଏହା ନିରାଶ କରିଛି । ଖୁବଶୀଘ୍ର ଏହି ପାଠଗାରର ୁପନରୁଦ୍ଧାର କରିବାକୁ ଦାବି ହୋଇଛି ।

ସମୟ ବଦଳୁଥିଲେ ବି ଡିଜିଟାଲ ଯୁଗରେ ପାଠାଗାରର ଚାହିଦା ରହିଛି । ଆର୍ଥିକ ଅନାଟନ ଛାତ୍ରଛାତ୍ରୀ ହୁଅନ୍ତୁ ବା ବିଭିନ୍ନ ପୁସ୍ତକପ୍ରେମୀ ପାଠାଗାର ଉପରେ ନିର୍ଭର କରିଥାନ୍ତି । ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ସାଧରଣ ଭାବେ ଏହି ପାଠାଗରରେ ଉପରେ ପିଲା ନିର୍ଭର କରୁଛନ୍ତି । ହେଲେ ଏହି ପାଠାଗାର ରକ୍ଷଣାବେକ୍ଷଣ ଅଭାବରୁ ଜରାଜିର୍ଣ ଅବସ୍ଥାରେ ପଡିରହିଛି । ତେବେ ନିଗମର ସମସ୍ତ ଓାର୍ଡରେ ପାଠାଗାର ଖୋଲିବା ସହ ଓଡିଶା ପବ୍ଲିକ ଇ-ଲାଇବ୍ରେରୀ କିପରି ବ୍ୟବହାର ଯୋଗ୍ୟ ହୋଇପାରିବ ସେ ନେଇ ଖୁବଶିଘ୍ର ପଦକ୍ଷେପ ନିଆଯିବାର ମିଳିଛି ପ୍ରତିଶ୍ରୁତି ।

ଜରାଜୀର୍ଣ୍ଣ ହୋଇପଡିଥିବା ଏହି ପାଠାଗାର ପ୍ରତି ଗୁରୁତ୍ୱ ଦିଆଯାଉ ପୁଣି ଥରେ ଖୋଲାଗଲେ ବହୁ ଛାତ୍ରଛାତ୍ରୀଙ୍କଠାରୁ ନେଇ ପୁସ୍ତକପ୍ରେମୀ ଉପକୃତ ହୋଇପାରିବେ ।