କନକ ବ୍ୟୁରୋ: ରାୟପୁର ରାଜରାସ୍ତାରେ ନିଶାସକ୍ତ ଯୁବକର ଉନ୍ମତକାଣ୍ଡ । ଜଣେ ନାବାଳିକାକୁ ବାହାହେବାକୁ ଜିଦ୍ କରି ଦୁର୍ବୃତ୍ତ ବିଫଳ ହେବାରୁ ଧାରୁଆ ଅସ୍ତ୍ରରେ ହାଣି ଲହୁଲୁହାଣ କରିଦେଇଛି । ରାଜରାସ୍ତା ଉପରେ ଯୁବତୀର ଚୁଟି ଧରି ଟାଣି ଟାଣି ନେବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ବାହାହେବା ପାଇଁ ଜିଦ ଧରିଥିବା ଏହି ବ୍ୟକ୍ତି ଜଣକ ଗୋଟିଏ ହାତରେ ନାବାଳିକାର ଚୁଟି ଧରିଥିବା ଆଉ ଗୋଟିଏ ହାତରେ ଧାରୁଆ ଅସ୍ତ୍ର ଧରିଥିବାର ଭିଡିଓରୁ ସ୍ପଷ୍ଟ ଜଣାପଡୁଛି । ଲୋକଟିର ହାତରେ ଧାରୁଆ ଅସ୍ତ୍ର ଥିବାରୁ ତାକୁ ଅଟକେଇବାକୁ କେହି ସାହାସ କରୁ ନାହାନ୍ତି । ସୂଚନା ଅନୁସାରେ ରାୟପୁର ସହରର ଓଁକାର ତିୱାରି ନାମକ ଜଣେ ବ୍ୟକ୍ତି ଏହି ଭୟାନକ କାଣ୍ଡ ଘଟାଇଛି ।
ଓଁକାର ପେଶାର ଜଣେ ବ୍ୟବସାୟୀ , ତାଙ୍କର ଏକ କିରାନା ଦୋକାନ ରହିଛି । ଏହି ଦୋକାନରେ ସେହି ନାବାଳିକା ଜଣକ କାମ କରୁଥିଲେ । କିନ୍ତୁ କାମ ଛାଡିଦେବା ଏବଂ ବକେୟା ପଇସା ମାଗିବାରୁ ଉତକ୍ଷିପ୍ତ ହୋଇଯାଇଥିଲେ ଓଁକାର । ସୂଚନା ଅନୁସାରେ ଲକଡାଉନ ସମୟରେ ଏହି ନାବାଳିକା ଜଣକ ଓଁକାରଙ୍କ ଦୋକାନରେ କାମ କରୁଥିଲେ । କିନ୍ତୁ ସ୍କୁଲ ଖୋଲିବା ପରେ ଆଉ ଦୋକାନକୁ ଯାଇ କାମ କରିବାକୁ ରାଜି ହୋଇନଥିଲେ । ତେବେ ବକେୟା ଟଙ୍କା ମାଗିବାକୁ ଆସିବା ବେଳେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । କିନ୍ତୁ ଏହି ଘଟଣା ଘଟାଇବା ପୂର୍ବରୁ ଫୋନ କରି ନାବାଳିକାଙ୍କ ମାଆଙ୍କୁ ଓଁକାର କହିଥିଲେ, ତୁମ ଝିଅକୁ ଆଣି ମୋ ଘରେ ଛାଡି ଯାଅ । ତାକୁ ବାହା ହେବାକୁ ଚାହୁଁଛି । କିନ୍ତୁ ଏହି ପ୍ରସ୍ତାବରେ ରାଜି ହୋଇନଥିଲେ ନାବାଳିକାଙ୍କ ମାଆ । ପ୍ରସ୍ତାବରେ ରାଜି ନହେବାରୁ ଓଁକାର ଏହାର ପରିଣତ ଭୋଗିବା ପାଇଁ ମାଆ-ଝିଅ ପ୍ରସ୍ତୁତ ରୁହ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି । ନାବାଳିକା ଝିଅର ବୟସ ୧୬ ବର୍ଷ ହୋଇଥିଲା ବେଳେ ସଂପୃକ୍ତ ବ୍ୟକ୍ତିଙ୍କ ବୟସ ୪୭ ବର୍ଷ ଥିବା ଜଣାପଡିଛି । ଏସବୁ ବିବାଦ ଭିତରେ ଆଜି ଏଭଳି ଏକ ଭୟାନକ ଚିତ୍ର ସାମ୍ନାକୁ ଆସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/02/19_02_2023-raipur_crime_news_23334124.webp)