ଭକ୍ତଙ୍କ ପାଇଁ ବଡ ଖବର: କାଲିଠୁ ଖୋଲିବ ଶ୍ରୀମନ୍ଦିରର ୪ ଦ୍ୱାର, ମୋହନ ସରକାରଙ୍କ ପ୍ରଥମ ନିଷ୍ପତ୍ତି

225

କନକ ବ୍ୟୁରୋ: ମୋହନ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ ଆଜି ହୋଇଛି । ପ୍ରଥମ ବୈଠକରେ ୪ ପ୍ରସ୍ତାବ ପାରିତ ହୋଇଛି । ପ୍ରଥମ ନିଷ୍ପତ୍ତିରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପ୍ରସ୍ତାବ ଉପରେ ମୋହର ମାରିଛି ମୋହନ ସରକାର । କାଲି ସରକାରଙ୍କ ଉପସ୍ଥିତିରେ ଖୋଲିବ ୪ ଦ୍ୱାର । ମଙ୍ଗଳ ଆଳତୀ ବେଳେ ଖୋଲିବ ୪ ଦ୍ୱାର । କୋଭିଡ ପରଠୁ ଶ୍ରୀମନ୍ଦିରର ୪ ଦ୍ୱାରକୁ ବନ୍ଦ କରିଦିଆଯାଇଥିଲା । ଏହାପରେ ଆଉ ଖୋଲାନଯିବାରୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ ଦେଖାଯାଉଥିଲା । ତେବେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପରେ ଭକ୍ତମାନେ ସୁରୁଖୁରୁରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ।

ଦ୍ୱିତୀୟ ନିଷ୍ପତ୍ତିରେ ଶ୍ରୀମନ୍ଦିର ପାଇଁ ୫ ଶହ କୋଟିର କର୍ପସ ଫଣ୍ଡ ମଞ୍ଜୁର ହେବ । ତୃତୀୟ ନିଷ୍ପତ୍ତିରେ ଖୁବଶୀଘ୍ର ଆସିବ ସମୃଦ୍ଧ କୃଷକ ନୀତି । ଧାନର ଏମଏସପି ୩୧ ଶହ ଟଙ୍କା ହେବ । ଚତୁର୍ଥ ନିଷ୍ପତ୍ତି ୧୦୦ ଦିନରେ କାର୍ଯ୍ୟକାରୀ ସୁଭଦ୍ରା ଯୋଜନା । ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ମିଳିବ ।