କନକ ବ୍ୟୁରୋ: ତୃତୀୟ ଶ୍ରେଣୀର ଛାତ୍ରୀକୁ ବିଭତ୍ସ ହତ୍ୟା । ଗଣଦୁଷ୍କର୍ମ ପରେ କେନାଲକୁ ଫିଙ୍ଗିଲେ ଅଭିଯୁକ୍ତ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ପଡୁଥିବା ଦୁଇ ଅଭିଯୁକ୍ତ ଛାତ୍ର । ସମାନ ସ୍କୁଲରେ ନାବାଳିକା ମଧ୍ୟ ପାଠ ପଢୁଥିଲେ । ଏହି ଲୋମଟାଙ୍କୁରା ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ମୁଚୁମାର ଅଂଚଳର । ରବିବାର ଝିଅ ଘରକୁ ନଫେରିବା ପରେ ପରିବାର ଲୋକ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ପରେ ଛାନଭିନରେ ନିକଟସ୍ଥ କେନାଲରୁ ନାବାଳିକାର ମୃତଦେହ ଜବତ ହୋଇଛି । ଅଭିଯୁକ୍ତ କହିଛନ୍ତି ପାର୍କରେ ଖେଳିବା ସମୟରେ ଡ୍ୟାମ ବୁଲାଇବାକୁ କହି ନାବାଳିକାକୁ ସାଙ୍ଗରେ ନେଇଥିଲେ ଅଭିଯୁକ୍ତ ଦୁଷ୍କର୍ମ ପରେ ହତ୍ୟା କରି କେନାଲକୁ ଫିଙ୍ଗି ଘରକୁ ଫେରି ଆସିଥିଲେ । ତେବେ ସୁରାକ ଅଧାରରେ ଅଭିଯୁକ୍ତଙ୍କ ନିକଟରେ ପହଁଚିଥିଲା ପୁଲିସ ।

Advertisment