୩ବର୍ଷ ଅପେକ୍ଷାର ଘଟିଲା ଅନ୍ତ : ସାର୍ଟିଫିକେଟ ପାଇଁ ଉଚ୍ଚଶିକ୍ଷାରୁ ବଞ୍ଚିତ ୨ ଭଉଣୀ ଶେଷରେ କଲେଜରେ ନାମ ଲେଖାଇଲେ ; ସ୍କୁଲ ଫି ନଦେଇଥିବାରୁ ପାସ କରିବା ପରେ ମଧ୍ୟ ମିଳୁନଥିଲା ଦଶମ ସାର୍ଟିଫିକେଟ

Advertisment
୩ବର୍ଷ ଅପେକ୍ଷାର ଘଟିଲା ଅନ୍ତ : ସାର୍ଟିଫିକେଟ ପାଇଁ ଉଚ୍ଚଶିକ୍ଷାରୁ ବଞ୍ଚିତ ୨ ଭଉଣୀ ଶେଷରେ କଲେଜରେ ନାମ ଲେଖାଇଲେ ; ସ୍କୁଲ ଫି ନଦେଇଥିବାରୁ ପାସ କରିବା ପରେ ମଧ୍ୟ ମିଳୁନଥିଲା ଦଶମ ସାର୍ଟିଫିକେଟ

କନକ ବ୍ୟୁରୋ : ୩ବର୍ଷ ଅପେକ୍ଷାର ଅନ୍ତ ଘଟିଛି । ଦଶମ ବୋର୍ଡ ପରୀକ୍ଷାରେ ପାସ କରି ସାର୍ଟିଫିକେଟ ପାଇଁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ଥିବା ୨ ଭଉଣୀ ଶେଷରେ କଲେଜରେ ପାଠପଢା ଆରମ୍ଭ କରିଛନ୍ତି । ସୁନ୍ଦରଗଡ କୁଆରମୁଣ୍ଡା ବ୍ଲକ ରିଉଁ ଗାଁର ଦୁଇ ଝିଅ ଭାଗ୍ୟଶ୍ରୀ ଏବଂ ଜୟଶ୍ରୀ ରାଉରକେଲା ଜଗଦା ସ୍ଥିତ ଇଂରାଜୀ ମାଧ୍ୟମ ସ୍କୁଲରେ ପାଠ ପଢୁଥିଲେ ।

publive-image

ବାପା ଧରଣୀଧରଙ୍କ ଚାକିରି ଚାଲିଯିବା ପରେ ସ୍କୁଲ ଫି ଦେବାକୁ ସକ୍ଷମ ହୋଇନଥିଲେ । ଦଶମ ପରୀକ୍ଷାରେ ସଫଳତାର ସହିତ ପାସ କରିଥିଲେ ମଧ୍ୟ ସ୍କୁଲ କର୍ତୃପକ୍ଷ ସେମାନଙ୍କୁ ବକେୟା ଫି ବାବଦ ୪୦ ହଜାର ଟଙ୍କା ଜମା କରି ସାର୍ଟିଫିକେଟି ନେବାକୁ କହିଥିଲେ । ତେବେ ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ କରିଥିଲା । ଏବଂ ଦୁଇ ଭଉଣୀକୁ ସାର୍ଟିଫିକେଟ ମିଳିଥିଲା ।

publive-image

ଦିଲ୍ଲୀରେ ରହୁଥିବା ଭରତ ସାହୁ ଆର୍ଥିକ ସହାୟତା ଯୋଗାଇବା ପରେ ୪ଦିନ ତଳେ ୨ ଭଉଣୀ ରାଉରକେଲା ସ୍ଥିତ ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନରେ ନାମ ଲେଖାଇଛନ୍ତି । କଲେଜରେ ନାମ ଲେଖା ପରେ ଦୁଇ ଭଉଣୀ ଏବଂ ପରିବାର ଲୋକେ ଖୁସି ଜାହିର କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe