ତେଲେଙ୍ଗାନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ହାଇଦ୍ରାବାଦରେ ଶ୍ରୀରାମାନୁଜଆଚାର୍ଯ୍ୟଙ୍କ ୨୧୬ ଫୁଟ୍ ଉଚ୍ଚ ପ୍ରତିମାର କଲେ ଉଦଘାଟନ

104

କନକ ବ୍ୟୁରୋ: ତେଲେଙ୍ଗାନା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ହାଇଦ୍ରାବାଦରେ ପହଁଚି ୨୧୬ ଫୁଟ ଉଚ୍ଚ ଷ୍ଟାଚ୍ୟୁ ଅଫ ଇକ୍ୱାଲିଟିକୁ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ । ଭକ୍ତି ସନ୍ଥ ଶ୍ରୀ ରାମାନୁଜ ଆଚାର୍ଯ୍ୟଙ୍କ ସ୍ମୃତିରେ ଏହି ବିଶାଳ ପ୍ରତିମା ନିର୍ମାଣ କରାଯାଇଛି । ସୁନା, ରୂପା, ତମ୍ବା, ପିତଳ ଓ ଜିଙ୍କ ପଞ୍ଚ ଧାତୁରେ ନିର୍ମିତ ହୋଇଛି ଏହି ବିଶାଳ ପ୍ରତିମା । ସୁନ୍ଦର ଲାଟିଂ ସହ ପ୍ରତିମାକୁ ନେଇ ବିଶାଳ ମନ୍ଦିର ମଧ୍ୟ ପ୍ରସ୍ତୁତ ହୋଇଛି । ଭବ୍ୟ ପୂଜାର୍ଚ୍ଚନା ସହ ମୋଦୀ ଏହି ମନ୍ଦିର ଓ ପ୍ରତିମାକୁ ଉନ୍ମୋଚନ କରିଛନ୍ତି ।