ରସାୟନ ବିଜ୍ଞାନରେ ୨ ଜଣଙ୍କୁ ନୋବେଲ୍: ଜିନୋମ୍ ଏଡିଟିଂ ପଦ୍ଧତିର ବିକାଶ ପାଇଁ ଇମାନୁଏଲ ଓ ଜେନିଫରଙ୍କୁ ମିଳିଲା ସର୍ବୋଚ୍ଚ ସମ୍ମାନ ।

227

କନକ ବ୍ୟୁରୋ: ଜାରି ରହିଛି ୨୦୨୦ ବର୍ଷର ନୋବେଲ୍ ପୁରସ୍କାର ଘୋଷଣା ପ୍ରକ୍ରିୟା । ଗତକାଲି ପଦାର୍ଥ ବିଜ୍ଞାନ (ଫିଜିକ୍ସ)ରେ ୩ ଜଣଙ୍କୁ ନୋବେଲ ପୁରସ୍କାର ମିଳିଥିବାବେଳେ ଆଜି ରସାୟନ ବିଜ୍ଞାନ (କେମେଷ୍ଟ୍ରୀ)ରେ ୨ ଜଣଙ୍କୁ ନୋବେଲ୍ ପୁରସ୍କାର ମିଳିଛି । ରସାୟନ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଇମାନୁଏଲ୍ ଚାରପେଣ୍ଟିୟର ଏବଂ ଜେନିଫର ଏ. ଡୋଡନାଙ୍କୁ ନୋବେଲ ପୁରସ୍କାର ମିଳିଛି ।

ତେବେ ଦୁଇ ଜଣ ଜିନୋମ୍ ଏଡିଟିଂ କ୍ଷେତ୍ରରେ ଏକ ପଦ୍ଧତିର ବିକାଶ କରିଛନ୍ତି । ଯାହା କି ବିଶ୍ୱ ରସାୟନିକ ବିଜ୍ଞାନ କ୍ଷେତ୍ରରେ ଏକ ବଡ଼ ସଫଳତା ବୋଲି କୁହାଯାଉଛି । ତେବେ ଏନେଇ ରସାୟନ ନୋବେଲ ବିଜେତା, ଇମାନୁଏଲ ଚାରପେଣ୍ଟିୟର କହିଛନ୍ତି କି, ଯେଉଁ ଯୁବତୀ ମାନେ ବିଜ୍ଞାନ କ୍ଷେତ୍ରରେ ଗବେଷଣା କରିବାକୁ ଇତ୍ସୁକ ଅଛନ୍ତି ସେମାନେ ଆଗକୁ ଆସିବା ଦରକାର । କାରଣ ଝିଅମାନେ ବି ବିଜ୍ଞାନରେ ବଡ଼ ବିପଳ୍ପବ ଆଣିପାରିବାର କ୍ଷମତା ରଖିଛନ୍ତି ।