ବୌଦ୍ଧ କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ : ଖୁଂଟିଗୁଡ଼ା ଦୁଇ ଯବାନ ଆହତ, ଆହତ ଯବାନଙ୍କୁ କରାଗଲା ଏୟାର ଲିଫ୍ଟ

180

କନକ ବ୍ୟୁରୋ : ରକ୍ତମୁଖା ମାଓବାଦୀଙ୍କ ସହ ସୁରକ୍ଷାକର୍ମୀ ମୁହାଁମୁହିଁ । ବୌଦ୍ଧ-କନ୍ଧମାଳ ସୀମାନ୍ତରେ ଏବେ ବି ଚାଲିଛି ଗୁଳି ବିନିମୟ । ୮ ଘଂଟା ହେଲାଣି ଲଗାତାର ଭାବେ ଉଭୟ ପଟୁ ଗୁଳି ବିନିମୟ ଜାରି ରହିଛି । ଏଥିରେ ୨ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ଏୟାର ଲିଫ୍ଟ କରି ଭୁବନେଶ୍ୱର ଅଣାଯାଉଛି ।

କିଛି ମାଓବାଦୀ ମୃତାହତ ହୋଇଥାଇ ପାରନ୍ତି ବୋଲି ସୂଚନା ମିଳୁଛି । ବୌଦ୍ଧ-କନ୍ଧମାଳ ସୀମାନ୍ତ ଉମା ଜଙ୍ଗଲରେ ଗୁଳିବିନିମୟ ଜାରି ରହିଛି । ପୁଲିସ ଡିଜି ମାଲକାନଗିରି ଗସ୍ତ ବାତିଲ କରି ବୌଦ୍ଧରେ ପହଂଚିଛନ୍ତି । ସେଠାରୁ ଦୁଇ ଜଣ ଏସଓଜି ଯବାନଙ୍କୁ ନିଜ ହେଲିକପ୍ଟରେ ଭୁବନେଶ୍ୱର ଆଣୁଛନ୍ତି । ଆଉ କିଛି ସମୟ ଭିତରେ ଯବାନମାନେ ଭୁବନେଶ୍ୱର ପହଂଚିବେ । ତୁରନ୍ତ ସେମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ।