ସୁରଟ ବିମାନ ବନ୍ଦରରେ ଫେରିବାକୁ ଅପେକ୍ଷା କରିଥିବା ୧୫୦ ଓଡ଼ିଆ ଯାତ୍ରୀ ହେଲେ ହଟହଟା : ଆରଟିପିସିଆର ଟେଷ୍ଟ ରିପୋର୍ଟ ନଥିବାରୁ ଭୁବନେଶ୍ୱର ଆସିବାକୁ ମିଳିଲାନି ଅନୁମତି

ନେଗେଟିଭ୍ ରିପୋର୍ଟ ଆଣିବା ପରେ ମେ’ ୫ରେ ବାହୁଡିବେ ଓଡ଼ିଶା

297

କନକ ବ୍ୟୁରୋ : କରୋନା ସମୟରେ ଗୁଜରାଟ ସୁରଟରେ ରହୁଥିବା ପ୍ରବାସୀ ଓଡିଆ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଜରୁରୀକାଳୀନ କାମରେ ଏୟାର-ଇଣ୍ଡିଆ ବିମାନରେ ଭୁବନେଶ୍ୱର ଆସିବାକୁ ସୁରଟ ବିମାନବନ୍ଦର ଆସିଥିବା ୧୫୦ ଓଡିଆଙ୍କୁ ଆଜି ହଇରାଣ ହେବାକୁ ପଡିଛି । ପ୍ରବାସୀଙ୍କ ପାଖରେ ଆରଟି-ପିସିଆର ନେଗେଟିଭ ଟେଷ୍ଟ ରିପୋର୍ଟ ନଥିବାରୁ କର୍ତୃପକ୍ଷ ଯାତ୍ରା ପାଇଁ ଅନୁମତି ଦେଇନଥିଲେ । କେବଳ ୧୦ ଜଣଙ୍କ ପାଖରେ ଆରଟି-ପିସିଆର ନେଗେଟିଭ ରିପୋର୍ଟ ଥିବାରୁ ଭୁବନେଶ୍ୱର ଆସିବାକୁ ଏୟାର-ଇଣ୍ଡିଆ କର୍ତୃପକ୍ଷଙ୍କ ଅନୁମତି ମିଳିଥିଲା । ଅବଶିଷ୍ଟ ଦେଢଶହ ଓଡିଆ ଯାତ୍ରୀଙ୍କୁ ଆରଟି-ପିସିଆର ରିପୋର୍ଟ ଆଣିବାକୁ କର୍ତୃପକ୍ଷ କହିଛନ୍ତି । ଏହାପରେ ଆସନ୍ତା ୫ ତାରିଖରେ ସେମାନଙ୍କୁ ଭୁବନେଶ୍ୱର ଯିବାକୁ କୁହାଯାଇଛି ।