ବିଟ୍ରେନର ବରିଷ୍ଠ ବୈଜ୍ଞାନିକ ସାର ପାଟ୍ରିକ ଭାଲାନ୍ସଙ୍କ ବଡ ଦାବି: ଖୁବ ଶୀଘ୍ର ବିଶ୍ୱ ଦେଖିପାରେ ଆଉ ଏକ ମହାମାରୀ

Advertisment
ବିଟ୍ରେନର ବରିଷ୍ଠ ବୈଜ୍ଞାନିକ ସାର ପାଟ୍ରିକ ଭାଲାନ୍ସଙ୍କ ବଡ ଦାବି: ଖୁବ ଶୀଘ୍ର ବିଶ୍ୱ ଦେଖିପାରେ ଆଉ ଏକ ମହାମାରୀ

କନକ ବ୍ୟୁରୋ: ବ୍ରିଟେନର ପୂର୍ବତନ ବରିଷ୍ଠ ବୈଜ୍ଞାନିକ ସାର ପାଟ୍ରିକ ଭାଲାନ୍ସଙ୍କ ସର୍ତକବାଣୀ । ଖୁବ ଶିଘ୍ର ବିଶ୍ୱ ନୂଆ ଏକ ମହାମାରୀର ସମ୍ମୁଖୀନ ହେବା ନେଇ ସର୍ତକ କରାଇଛନ୍ତି ବ୍ରିିଟେନ ବୈଜ୍ଞାନିକ । ଏବେଠୁ ହିଁ ଏହାର ମୁକାବିଲା ପାଇଁ ସମସ୍ତ ଦେଶ ପ୍ରସ୍ତୁତ ରହିବା ଜରୁରୀ ବୋଲି ଭାଲାନ୍ସ କହିଛନ୍ତି ।କୋଭିଡ ମହାମାରୀ ସମୟରେ ବିଶ୍ୱ ଯେଉଁଭଳି ଭାବେ କଠିନ ପରିସ୍ଥିତି ଦେଇ ଗତି କରିଥିଲା ସେଭଳି ପରିସ୍ଥିତିର ମୁକାବିଲାର ଆବଶ୍ୟକତା ପୂର୍ବରୁ ହିଁ କରିବା ଜରୁରୀ । ଏଥିସହ ଆଗକୁ ବିଟ୍ରେନରେ ନିର୍ବାଚନ ହେବାକୁ ଯାଉଛି ଏଭଳି ସ୍ଥିତିରେ ସରକାର ଅଧିକରୁ ଅଧିକ ସଜାଗ ରହିବା ଜରୁରୀ ବୋଲି ଭାଲାନ୍ସ ନିଜ ବୟାନରେ କହିଛନ୍ତି । ସେପଟେ ଭବିଷ୍ୟତର ରଣନୀତି ପ୍ରସ୍ତୁତ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରସ୍ତୁତି ଆରମ୍ଭ କରିଛି । ସବୁ ଦେଶର ସ୍ୱାସ୍ଥ୍ୟ ପ୍ରତିନିଧିଙ୍କ ସହ ସୋମବାର ଭର୍ଚୁଆଲ ବୈଠକ କରିଛନ୍ତି ହୁ ମୁଖ୍ୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe