କନକ ବ୍ୟୁରୋ: ୧୯୧ ରନରେ ଅଲଆଉଟ୍ ହେଲା ପାକିସ୍ତାନ । ଟିମ୍ ଇଣ୍ଡିଆକୁ ବିଜୟ ଲକ୍ଷ୍ୟ ୧୯୨ ରନ୍ । ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ପାକିସ୍ତାନ ମ୍ୟାଚରେ ଅଲଆଉଟ୍ ହେଇଛି ପାକିସ୍ତାନ ଟିମ୍ । ପ୍ରଥମ ଇଂନିସରେ ୧୯୧ ରନ୍ କରିବାକୁ ସକ୍ଷମ ହେଇପାରିଛି ବାବର ବାହିନୀ । ଫଳରେ ମ୍ୟାଚ୍ ଜିତିବାକୁ ଟିମ୍ ଇଣ୍ଡିଆକୁ ଏବେ ୧୯୨ ରନ୍ କରିବାକୁ ହେବ ।
ଆଜି ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ରୋହିତ । ପ୍ରଥମରୁ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ଭଲ ଆରମ୍ଭ କରିଥିଲେ ବି, ଭାରତୀୟ ବୋଲିଂ ଆଗରେ କିନ୍ତୁ ଫେଲ୍ ମାରିଥିଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ । ଟିମ୍ ଇଣ୍ଡିଆ ପକ୍ଷରୁ ଜଶପ୍ରୀତ ବୁମରା, ମହମ୍ମଦ ସିରାଜ, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ ରବୀନ୍ଦ୍ର ଜାଡେଜା ସମସ୍ତେ ୨ଟି ଲେଖାଏଁ ସଫଳତା ପାଇଥିଲେ ।