ଏମିତି ଆସେ ମୃତ୍ୟୁ : ପ୍ରାତଃ ଭ୍ରମଣ କରୁ କରୁ ଟଳିପଡିଲେ ଜମ୍ମୁକାଶ୍ମୀରର ପୂର୍ବତନ ପୋଲିସ ଡିଜି; ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର

Advertisment
ଏମିତି ଆସେ ମୃତ୍ୟୁ : ପ୍ରାତଃ ଭ୍ରମଣ କରୁ କରୁ ଟଳିପଡିଲେ ଜମ୍ମୁକାଶ୍ମୀରର ପୂର୍ବତନ ପୋଲିସ ଡିଜି; ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର

କନକ ବ୍ୟୁରୋ : ଏମିତି ଆସେ ମୃତ୍ୟୁ । ମର୍ଣ୍ଣିଂୱାକ ବେଳେ ଟଳିପଡିଲେ ଜମ୍ମୁ-କାଶ୍ମୀରର ପୂର୍ବତନ ଡିଜି ମିଲନ ମହାନ୍ତି । ବୁଧବାର ସକାଳେ  ଭୁବନେଶ୍ୱରର ଫରେଷ୍ଟ ପାର୍କରେ  ପଡିଯାଇ ସେ ପ୍ରାଣ ହରାଇଛନ୍ତି ।  ତାଙ୍କ ମୁଣ୍ଡ ପଛ ପାଖରେ ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହେବାରୁ  ସେ ପ୍ରାଣ ହରାଇଛନ୍ତି । ସବୁଦିନ ଭଳି ଗତକାଲି ସକାଳେ ସେ ଫରେଷ୍ଟ ପାର୍କକୁ ପ୍ରାତଃଭ୍ରମଣ ପାଇଁ ଯାଇଥିଲେ । ଏହି ସମୟରେ ସେ ହଠାତ ତଳେ ପଡିଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଲେକେ ମିଲନ ମହାନ୍ତିଙ୍କୁ ମେଡିକାଲ ନେଇଥିଲେ ।

ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ମିଲନ ମହାନ୍ତି ୧୯୭୧ ବ୍ୟାଚର ଜମ୍ମୁ-କାଶ୍ମୀର କ୍ୟାଡରର ଆଇପିଏସ ଅଫିସର ଥିଲେ ।  ସେ ସହ ଜମ୍ମୁ-କାଶ୍ମୀରର ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିଥିଲେ ।  ୨୦୦୯ରେ ଚାକିରୀରୁ ଅବସର ନେଇ ଭୁବନେଶ୍ୱରର  ପରିବାର ସହ ସୂର୍ଯ୍ୟନଗରରେ ରହୁଥିଲେ । ସତ୍ୟନଗର  ଶ୍ମଶାନରେ  ମିଲନଙ୍କ ଶେଷକୃତ୍ୟ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe