କନକ ବ୍ୟୁରୋ : ଏମିତି ଆସେ ମୃତ୍ୟୁ । ମର୍ଣ୍ଣିଂୱାକ ବେଳେ ଟଳିପଡିଲେ ଜମ୍ମୁ-କାଶ୍ମୀରର ପୂର୍ବତନ ଡିଜି ମିଲନ ମହାନ୍ତି । ବୁଧବାର ସକାଳେ ଭୁବନେଶ୍ୱରର ଫରେଷ୍ଟ ପାର୍କରେ ପଡିଯାଇ ସେ ପ୍ରାଣ ହରାଇଛନ୍ତି । ତାଙ୍କ ମୁଣ୍ଡ ପଛ ପାଖରେ ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହେବାରୁ ସେ ପ୍ରାଣ ହରାଇଛନ୍ତି । ସବୁଦିନ ଭଳି ଗତକାଲି ସକାଳେ ସେ ଫରେଷ୍ଟ ପାର୍କକୁ ପ୍ରାତଃଭ୍ରମଣ ପାଇଁ ଯାଇଥିଲେ । ଏହି ସମୟରେ ସେ ହଠାତ ତଳେ ପଡିଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଲେକେ ମିଲନ ମହାନ୍ତିଙ୍କୁ ମେଡିକାଲ ନେଇଥିଲେ ।
ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମିଲନ ମହାନ୍ତି ୧୯୭୧ ବ୍ୟାଚର ଜମ୍ମୁ-କାଶ୍ମୀର କ୍ୟାଡରର ଆଇପିଏସ ଅଫିସର ଥିଲେ । ସେ ସହ ଜମ୍ମୁ-କାଶ୍ମୀରର ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିଥିଲେ । ୨୦୦୯ରେ ଚାକିରୀରୁ ଅବସର ନେଇ ଭୁବନେଶ୍ୱରର ପରିବାର ସହ ସୂର୍ଯ୍ୟନଗରରେ ରହୁଥିଲେ । ସତ୍ୟନଗର ଶ୍ମଶାନରେ ମିଲନଙ୍କ ଶେଷକୃତ୍ୟ ହୋଇଛି ।