କନକ ବ୍ୟୁରୋ : ସୋରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ଆଖି ବୁଜିଲେ  ମା, ଶିଶୁ ପୁତ୍ର । ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା ବାପା ଗୁରୁତର ଆହତ ହୋଇଛନ୍ତି । ସୋରରୁ ବାଲେଶ୍ୱର ମେଡ଼ିକାଲ ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଖନ୍ତାପଡ଼ା ନିକଟରେ ଘଟିଛି ଏହି ଦୁର୍ଘଟଣା । ଘଟଣା ସ୍ଥଳରେ ପୋଲିସ ପହଂଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।