ପିପିଲି ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ: ପିପିଲିବାସୀଙ୍କୁ ଜଣାଇଲେ ଧନ୍ୟବାଦ

191

କନକ ବ୍ୟୁରୋ: ପିପିଲି ଉପନିର୍ବାଚନରେ ବିଜୟ ହାସଲ କରିଛି ବିଜେଡି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ହରାଇ ପିପିଲି ଗଡ ଜିତିଛନ୍ତି ରୁଦ୍ର ମହାରଥୀ । ତେବେ ପିପିଲିରେ ବିଜେଡିର ବିଜୟ ପରେ ଟ୍ୱିଟ କରି ପିପିଲିବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନବୀନ ପଟ୍ଟନାୟକ ଟ୍ୱିଟ କରି ଲେଖିଛନ୍ତି, ବିଧାନସଭା ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କୁ ବିପୁଳ ଜନସମର୍ଥନ ମିଳିଥିବାରୁ ପିପିଲିବାସୀଙ୍କୁ ଆନ୍ତରିକ ଧନ୍ୟବାଦ । ଏହାସହ ଦଳର ସମସ୍ତ କର୍ମୀ ଓ ନେତୃବୃନ୍ଦଙ୍କୁ ମୋର ଶୁଭେଚ୍ଛା । ବିଜେଡି ଆପଣଙ୍କ ଦଳ, ଆପଣମାନଙ୍କ ସେବାରେ ଆମେ ସର୍ବଦା ସମର୍ପିତ ।

ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାରରୁ ଅଧିକ ଭୋଟରେ ମାତ୍ ଦେଇ ପିପିଲି ବାଜି ଜିତିଛନ୍ତି ଜୁନିୟର ମହାରଥୀ । ଏପରିକି ୨୦୧୯ ତୁଳନାରେ ଅଧିକ ଭୋଟରେ ବିଜୟୀ ହୋଇ ରୁଦ୍ର ନୂଆ ଇତିହାସ ରଚିଛନ୍ତି । ଏହାସହ ବିଜେଡି ଗଡ ପିପିଲି ଗଡ ଅକ୍ତିଆର କରିବାକୁ ବିଜେପି ଯେଉଁ ସ୍ୱପ୍ନ ଦେଖିଥିଲା ତାହା ଅଧୁରା ରହିଛି । ପ୍ରଥମ ପଦାର୍ପଣରେ ପିପିଲି ଭଳି ହାଇଭୋଲଟେଜ ଆସନରେ ବିଜୟଲାଭ କରି ବିଜେଡିକୁ ବଡ ଭେଟି ଦେଇଛନ୍ତି ରୁଦ୍ର । ଏନେଇ ପୁରୀ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରୁ ସୂଚନା ମିଳିଛି ।