‘ଫୋନି’ପରେ ଓଡିଶାକୁ ସାହାଯ୍ୟ କରିଥିବା ମହାନ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଲେ ନବୀନ

ଓଡିଶାର ଅଣ୍ଟା ଭାଙ୍ଗିଦେଇଛି ଫୋନି

504
କନକ ବ୍ୟୁରୋ : ଓଡିଶାର ଅଣ୍ଟା ଭାଙ୍ଗିଦେଇଛି ଫୋନି । ରାଜଧାନୀ ଭୁବନେଶ୍ୱର ସମେତ ପୁରୀରେ ତାଣ୍ଡବ ରଚିଛି ବାତ୍ୟା ଫୋନି । ବାତ୍ୟାରେ ଅନେକ ଲୋକ ଗୁରୁତର ଭାବରେ ପ୍ରଭାବିତ ହୋଇଛନ୍ତି । ଏହାରି ମଧ୍ୟରେ ଓଡିଶାବାସୀଙ୍କୁ ସହାୟତା ଦେବା ପାଇଁ ଅନେକ ଲୋକ ରାଜ୍ୟ ଓ ଲୋକ ଆଗେଇ ଆସିଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ, ଫୋନିର ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରେ ଦାନ କରିଥିବା ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି ।

ସିଏମଓ ଓଡିଶା ଟ୍ୱିଟର ଏକାଉଣ୍ଟରୁ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଦାନ କରିଥିବା ମହାନ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଫୋନି ପ୍ରଭାବିତ ଓଡିଶାକୁ ପୁଣିଥରେ ଗଢିବା ପାଇଁ ରାଜ୍ୟ ସରକାରଙ୍କୁ ସାହାଯ୍ୟର ହାତ ବଢାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଓଡିଶାକୁ ପୁଣିଥରେ ନୂଆକରି ଗଢିବାରେ ସାହାଯ୍ୟ କରିବା ପାଇଁ ସେ ଆହ୍ୱାନ ମଧ୍ୟ କରିଛନ୍ତି । ଓଡିଶାକୁ ଅନେକ ରାଜ୍ୟ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଅର୍ଥ ସାହାଯ୍ୟ ଦେଇଥିବା ନେଇ ସୂଚନା ମିଳିଛି ।

Comments are closed.