୧୬୯ ଜଣ ଓଡିଆ ଝିଅଙ୍କୁ କେରଳରୁ ଓଡିଶା ବିମାନରେ ଆଣିବା ଘଟଣା: ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ଓଡିଶା ସରକାରଙ୍କ ସାଧୁବାଦ; ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ହେଲା ଟୁଇଟ୍

Advertisment
ବ୍ରିସବେନ୍ ବିଜୟ ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ନବୀନ । ଟୁଇଟ୍ କରି ଯୁବ ଖେଳାଳିଙ୍କୁ କଲେ ପ୍ରଶଂସା

କନକ ବ୍ୟୁରୋ: କୋରନାର କଠୋର ସ୍ଥିତିରେ ବଲିଉଡ୍ ଅଭିନେତା ସୋନୁ ସୁଦ୍ ମହାନତାର ଯେଉଁ ଉଦାହରଣ ଦେଖାଇଛନ୍ତି , ତାକୁ ନେଇ ଓଡିଶା ସରକାର , ଅଭିନେତା ସୋନୁ ସୁଦଙ୍କୁ ସାଧୁବାଦ ଜଣାଇଛି । କେବଳରେ ଫସି ରହିଥିଲେ ଓଡିଶାର ୧୬୯ ଜଣ ଝିଅ । ସେଠାରେ କଂପାନୀ ସେମାନଙ୍କୁ ଦରମା ଦେଉନଥିଲା , ଖାଇବାକୁ ବି ବଡ ସମସ୍ୟା ହେଉଥିଲା । ଏପରି ସ୍ଥିତିରେ ଉଦ୍ଧାର ପାଇଁ ସେମାନେ ନିବେଦନ କରିଥିଲେ ।

ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ଉଦ୍ୟମରେ ଏହି ସମସ୍ତ ଓଡିଆ ଝିଅ ବିମାନ ଯୋଗେ କେରଳରୁ ଆସି ଭୁବନେଶ୍ୱରରେ ପହଁଚିବା ପରେ ସମସ୍ତଙ୍କୁ ନିଜ ନିଜ ଜିଲ୍ଲାକୁ ବସ୍ ଯୋଗେ ପଠାଇ ଦିଆଯାଇଛି । ତାଲାବନ୍ଦ ଭିତରେ ଗତ ୨ ମାସ ହେଲା ଫସି ରହିଥିଲେ ସମସ୍ତେ । ସମସ୍ତେ ବିମାନ ବନ୍ଦରରେ ପହଁଚିବା ପରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇ ୪ଟି ବସ୍ ରେ କ୍ୱାରେଂଟିନ ସେଂଟରକୁ ପଠାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe