ଥାଣେରେ ଯୋଶୀମଠ ଭଳି ପରିସ୍ଥତି । ଘର କାନ୍ଥ ଫାଟିବାରୁ ୨୫୦ ପରିବାରକୁ କରାଗଲା ସ୍ଥାନାନ୍ତର ।

178

କନକ ବ୍ୟୁରୋ: ମହାରାଷ୍ଟ୍ର ଥାଣେ ଜିଲ୍ଲାର ଡୋମ୍ବିବଲିରେ ୫ ମହଲା କୋଠାରେ ଫାଟ ସୃଷ୍ଟି ହେବାରୁ ଏଠାରେ ରହୁଥିବା ପାଖାପାଖି ୨୫୦ଟି ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଉଦ୍ଧାରକାରୀ ଦଳଙ୍କ କହିବା ମୁତାବକ, ଶନିବାର ରାତିରେ ହଠାତ୍ କୋଠାର କାନ୍ଥରେ ଫାଟ ଦେଖାଦେବାରୁ ଲୋକଙ୍କୁ ଖାଲି କରାଯାଇଥିଲା ।

ସିଭିକ୍ ସବଫାୟାର ଅଫିସରଙ୍କ କହିବା ମୁତାବକ, ଏହି କୋଠା ୧୯୯୮ରେ ନିର୍ମାଣ କରାଯାଇଥିଲା । ଯଦିଓ ଏହା ବିପଦସଙ୍କୁଳ କୋଠା ତାଲିକା ଭିତରେ ନଥିଲା ତଥାପି ଏଥିରେ କାହିଁକି ଫାଟ ସୃଷ୍ଟି ହେଲା ବୋଲି ପ୍ରଶ୍ନ ଉଠୁଛି । ଅନ୍ୟପଟେ ସ୍ଥାନାନ୍ତର ହୋଇଥିବା ଲୋକଙ୍କ ରହିବ ବ୍ୟବସ୍ଥା ଏଯାଏଁ ପ୍ରଶାସନ କରିନଥିବାରୁ ଲୋକଙ୍କ ମନରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି ।