କନକ ବ୍ୟୁରୋ : ପିଓକେକୁ ନେଇ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ସେନାମୁଖ୍ୟ ଜେନେରାଲ ଭିକେ ସିଂହ ବଡ଼ ବୟାନ ଦେଇଛନ୍ତି । ଭାରତ ସହ ପାକ୍ ଅଧିକୃତ କଶ୍ମୀର ଆପେ ଆପେ ମିଶିଯିବ ବୋଲି କହିଛନ୍ତି । ତେବେ ଏଥିପାଇଁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ ବୋଲି କହିଛନ୍ତି । କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ସେନାମୁଖ୍ୟ ଜେନେରାଲ ଭିକେ ସିଂହଙ୍କ ଏହି ବୟାନକୁ ନେଇ ଚର୍ଚ୍ଚା ବଢ଼ିଛି । ରାଜସ୍ଥାନରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ସାମ୍ବାଦିକଙ୍କ ପ୍ରଶ୍ନର ଉତର ଦେଇ ଖୁବ୍ ଶୀଘ୍ର ଭାରତ ସହ ପାକ୍ ଅଧିକୃତ କଶ୍ମୀର ମିଶିଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

Advertisment

ପାକ୍ ଅଧିକୃତ କଶ୍ମୀରର ଶିୟା ମୁସଲିମ ସମ୍ପ୍ରଦାୟର ଲୋକେ ଭାରତ ସହ ମିଶିବା ପାଇଁ ଚାହୁଁଛନ୍ତି ଏଥିରେ ବିଜେପିର ଆଭିମୁଖ୍ୟ କଣ ବୋଲି ପ୍ରଶ୍ନ କରିଥିଲେ ସାମ୍ବାଦିକ । ଉତରରେ କିଛି ସମୟର ଅପେକ୍ଷା ପରେ ଆପେ ଆପେ ଭାରତ ସହ ପାକ୍ ଅଧିକୃତ କଶ୍ମୀର ମିଶିଯିବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ଭିକେ ସିଂହ । ପାକ୍ ଅଧିକୃତ କଶ୍ମୀରରେ ଏବେ ପାକିସ୍ତାନ ବିରୋଧ ଆନ୍ଦୋଳନ ତେଜିବାରେ ଲାଗିଛି । ପାକ୍ ସରକାର ବିରୋଧରେ ଲୋକେ ବିରୋଧ ପ୍ରଦର୍ଶନ କରୁଛନ୍ତି । ଖାଦ୍ୟ ଅଭାବ, ଦର ବୃଦ୍ଧି ଓ ଅଧିକ ଟିକସ ଆଦାୟ କରାଯାଉଥିବା ଅଭିଯାଗ କରୁଛନ୍ତି ପିଓକେବାସୀ ।