ଥମୁନି ‘ପରୀ’ ମୃତ୍ୟୁ ତାତି : ବିଜେପିର ଅଭିଯୋଗ, ବିଜେଡ଼ି କଂଗ୍ରେସ ଯୋଡ଼ି ହୋଇ ମନ୍ତ୍ରୀଙ୍କୁ ଦେଉଛନ୍ତି ସୁରକ୍ଷା

ସିବିଆଇ ତଦନ୍ତ, ମନ୍ତ୍ରୀଙ୍କୁ ବହିଷ୍କାର ପାଇଁ ପୁଣି ଦୋହରାଇଲେ ଦାବି

114

କନକ ବ୍ୟୁରୋ : ‘ପରୀ’ମୃତ୍ୟୁ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ସିବିଆଇ ତଦନ୍ତ ଦାବି ସହ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି ବିଜେପି । ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇ ସରକାର ସ୍ୱୀକାର କରିଛନ୍ତି ଯେ, ପୁଲିସ ବିଫଳ । ପରୀର ବାପା ମାଆ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ବାରମ୍ବାର କହିବା ସତ୍ୱେ ତାଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଗଲାନି ବୋଲି ବିଜେପି ପ୍ରଶ୍ନ କରିଛି ।

  • ବିଜେଡି ଓ କଂଗ୍ରେସ ଯୋଡି ହେଇ ଅଭିଯୁକ୍ତ ଓ ଅଭିଯୁକ୍ତକୁ ଘଣ୍ଟ ଘୋଡାଉଥିବା ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛନ୍ତି ।
  • ୪ ମାସ ଧରି କି ତଦନ୍ତ କରୁଥିଲା ପୋଲିସ ??
  • ପରୀର ବାପା ମା ବାବୁଲି ନାୟକ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ବାରମ୍ବାର କହିବା ସତ୍ତ୍ୱେ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲାନି କାହିଁକି ??
  •  ପରୀର ବାପା ମା ମଧ୍ୟ ଅଭିଯୋଗ କରିଛନ୍ତି ଯେ ପୋଲିସ ତାଙ୍କୁ ୫ ଲକ୍ଷ ଟଙ୍କା ଯାଚିଥିଲେ ଓ ବଡ ବାପା ଓ ବଡ ମା ଙ୍କ ନାଁ କହିବାକୁ ।
  • ବିଧାନସଭାରେ ବାରମ୍ବାର ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀଦଳ ନେତା
  • ଆନ୍ଦୋଳନ ନକରିବାକୁ ଧମକପୂର୍ଣ ଭିଡ଼ିଓ ଓ ବାବୁଲି ନାୟକ ଭୁବନେଶ୍ୱରରେ ଦେଖା ହେଇଥିବା ଭିଡ଼ିଓ ମଧ୍ୟ ଭାଇରଲ ହେଉଛି ।
  •  NCRB ରେକର୍ଡ ଅନୁସାରେ ୨୦୧୭-୧୮ ଓ ୧୮-୧୯ରେ ରାଜ୍ୟରେ ୫୩୨୩ ଶିଶୁ ନିଖୋଜ ହେଇଛନ୍ତି ।
  • ଅଙ୍ଗତସ୍କରି ସହ ଏହି ଘଟଣା ଜଡିତ ।
  •  ସିବିଆଇ ତଦନ୍ତ ପାଇଁ ଦାବି କରିଛୁ ।
  • ରାଜ୍ୟ ସରକାର ଏହି ଅଙ୍ଗତସକରି ଘଟଣାରେ ସମ୍ପୂର୍ଣ ହାତ ଟେକିଦେଇଛି ।
  •  ସିବିଆଇ ତଦନ୍ତ କରନ୍ତୁ ଓ ଅଭିଯୁକ୍ତ ମନ୍ତ୍ରୀଙ୍କୁ ବହସ୍କାର କରନ୍ତୁ ।
  • ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇ ସରକାର ସ୍ଵୀକାର କରିଛନ୍ତି ଯେ ତାଙ୍କ ପୋଲିସ ବିଫଳ ।
  • ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଯିବ ।