ଥମୁନି ସଂକ୍ରମଣ : ରାଜ୍ୟରେ ଦିନକରେ ୪୨୩୭ ପଜିଟିଭ ଚିହ୍ନଟ; ସଙ୍ଗରୋଧରୁ ୨୪୮୫ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୭୫୨

559
କନକ ବ୍ୟୁରୋ : ଓଡିଶାରେ ଥମିବାରେ ନାଁ ନେଉନି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦୀର୍ଘ ୭ ଦିନ ହେବ ୪ ହଜାର ଉପରେ ଚାଲିଛି ଟ୍ରେଣ୍ଡ । ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୪ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ । ଗତ ୨୪ ଘଂଟାରେ ୪ ହଜାର ୨୩୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୨ ହଜାର ୪୮୫ ଏବଂ ସ୍ଥାନୀୟ ଅଂଚଳରୁ ରହିଛନ୍ତି ୧ ହଜାର ୭୯୨ ଜଣ ଆକ୍ରାନ୍ତ । ରାଜ୍ୟରେ ଆଜି ଖୋର୍ଧାରୁ ସର୍ବାଧିକ ୬୪୭ ପଜିଟିଭ୍ ଅଛନ୍ତି । କଟକରୁ ୫୭୭, ପୁରୀ ୨୧୯, ଝାରସୁଗୁଡାରୁ ୨୦୫, ଯାଜପୁରରୁ ୨୦୧, ଜଗତସିଂହପୁରରୁ ୧୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସବୁଠାରୁ ଚିନ୍ତାଜନକ କଥା ହେଉଛି ରାଜ୍ୟରେ ବଢିଛି କରୋନା ମୃତ୍ୟୁ ।
ଗତ ୨୪ ଘଂଟାରେ ୧୫ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଦିନକରେ କରୋନା ମୃତ୍ୟୁରେ ଏହି ସଂଖ୍ୟା ରାଜ୍ୟରେ ସର୍ବାଧିକ । ଖୋର୍ଧାରୁ ସର୍ବାଧିକ ୪, ପୁରୀ ଓ ମୟୂରଭଂଜରୁ ୨ ଜଣ ଲେଖାଏଁ, ବାଲେଶ୍ୱର, କଟକ, କନ୍ଧମାଳ ଏବଂ ଢେଙ୍କାନାଳରୁ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଛି । ମାଲକାନଗିରି, ମୟୂରଭଂଜନ, ନୟାଗଡ ନୂଆପଡାରୁ ଜଣେ ଲେଖାଏଁ ମୃତ୍ୟୁ । ୧୫ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ୭୩୬ କୁ ବୃଦ୍ଧି ହୋଇଛି ।