ରିଲିଜ ହେଲା ଫିଲ୍ମ ଥଲାଇଭିର ଟ୍ରେଲର : ଜୟଲଳିତାଙ୍କ ଭୂମିକାରେ ଆସୁଛନ୍ତି କଙ୍ଗନା ରାଣାୱତ

ଏପ୍ରିଲ ୨୩ ତାରିଖରେ ମୁକ୍ତିଲାଭ କରିବ ଫିଲ୍ମ; ଟ୍ରେଲରକୁ ପ୍ରଶଂସା କଲେ ଦର୍ଶକ

203

କନକ ବ୍ୟୁରୋ : ରିଲିଜ ହେଲା ଫିଲ୍ମ ଥଲାଇଭିର ଟ୍ରେଲର । ଅଭିନେତ୍ରୀ କଙ୍ଗନାଙ୍କ ଜନ୍ମଦିନ ଅବସରରେ ରିଲିଜ ହୋଇଛି ଏହି ବହୁ ପ୍ରତିକ୍ଷିତ ଫିଲ୍ମ ଥଲାଇଭିର ଟ୍ରେଲର । କଙ୍ଗନାଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଖୁସି କରିଛି ଟ୍ରେଲର ରିଲିଜ । ଫିଲ୍ମରେ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦିବଙ୍ଗତ ନେତ୍ରୀ ଜୟଲଳିତାଙ୍କ ଚରିତ୍ରରେ ନଜର ଆସିଛନ୍ତି କଙ୍ଗନା । ପୂର୍ବରୁ ଫିଲ୍ମର ଟିଜର ଏବଂ ପୋଷ୍ଟର ରିଲିଜ୍ ହୋଇଥିଲା ।

ଟ୍ରେଲରର ପ୍ରଥମ ପର୍ଯ୍ୟାୟରେ ଜୟଲଳିତାଙ୍କ ଫିଲ୍ମ କ୍ୟାରିଅର ଦେଖିବାକୁ ମିଳିଛି । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଜୟଲଳିତାଙ୍କ ରାଜନୈତିକ କ୍ୟାରିଅର ଦେଖିବାକୁ ମିଳିଛି । ଟ୍ରେଲରରେ ଜୟଲଳିତାଙ୍କ ଭଳି ନଜର ଆସିଛନ୍ତି କଙ୍ଗନା । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଏଏଲ ବିଜୟ । ଏପ୍ରିଲ ୨୩ ତାରିଖରେ ରିଲିଜ ହେବ ଫିଲ୍ମ ଥଲାଇଭି । ଟ୍ରେଲରଟି ରିଲିଜ ହେବାର ଖୁବ୍ କମ୍ ସମୟ ଭିତରେ ସୋସିଆଲ ମିଡ଼ିଆରେ ବେଶ ଲୋକପ୍ରିୟତା ହାସଲ କରିଛି ।