କନକ ବ୍ୟୁରୋ : ଥାଇଲାଣ୍ଡରେ ବୀଭତ୍ସ କାଣ୍ଡ । ନଙ୍ଗବୁଆ ଲମ୍ପୁ ସହରର ଡେ କେୟାର ସେଣ୍ଟରରେ ଗୁଳିମାଡ଼ । ଜଣେ ପୂର୍ବତନ ପୁଲିସ କର୍ମଚାରୀର ଗୁଳିମାଡ଼ରେ ୨୪ ଶିଶୁ ସମେତ ୩୬ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ୨ରୁ ୫ ବର୍ଷ ମଧ୍ୟରେ ଥିବା ସୂଚନା ରହିଛି । ବିଭତ୍ସ ହତ୍ୟାକାଣ୍ଡ ଘଟାଇଥିବା ପୂର୍ବତନ ପୁଲିସ କର୍ମୀ ହେଉଛନ୍ତି ପନ୍ୟା ଖମରମ । ଗତବର୍ଷ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା ।
ସୂଚନା ଅନୁସାରେ ଆକ୍ରମଣକାରୀ ପ୍ରଥମେ ଡେ କେୟାର ସେଣ୍ଟରରେ ୫ ଜଣ ସୁରକ୍ଷାକର୍ମୀ ଏବଂ ଜଣେ ଶିକ୍ଷକଙ୍କ ଉପରକୁ ଗୁଳି ଚଳାଇଥିଲା । ଜଣେ ୮ ମାସର ଗର୍ଭବତୀ ଶିଡ଼ୟିତ୍ରୀ ମଧ୍ୟ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି । ଆକ୍ରମଣକାରୀ ଡେ କେୟାର ସେଣ୍ଟରରେ ପ୍ରବେଶ କଲା ବେଳେ ୩୦ ଶିଶୁ ଉପସ୍ଥିତି ଥିଲେ । ଆକ୍ରମଣକାରୀ ଆଖିବୁଜା ଗୁଳି ଚଳାଇ ଶିଶୁମାନେ ଶୋଇଥିବା ରୁମକୁ ଯାଇଥିଲା । ଶିଶୁମାନେ ଶୋଇଥିବା ଅବସ୍ଥାରେ ହିଁ ସେମାନଙ୍କୁ ଆକ୍ରମଣ କରିଥିଲା । ଗୁଳିମାଡ଼ରେ ୨୪ ଜଣ ପ୍ରାଣ ହରାଇଥିଲେ ।ଏହି ଘଟଣା ଥାଇଲାଣ୍ଡରେ ଶୋକର ଲହର ଖେଳାଇ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/thailand-750x430-1.jpg)
/kanak/media/post_attachments/wp-content/uploads/2022/10/APTOPIX_Thailand_Childcare_Cen_1200x768.jpeg)