ଆପଣ ମାଛ ଖାଉଛନ୍ତି କି ? ସାବଧାନ୍, ଏହି ମାଛ ଖାଇଲେ ହୋଇପାରେ କର୍କଟ ଭଳି ମାରାତ୍ମକ ରୋଗ …

4,479

କନକ ବ୍ୟୁରୋ: ଆପଣ ଥାଇ ମାଗୁର ମାଛ ଖାଉଛନ୍ତି କି, ଯଦି ହଁ ତେବେ ତୁରନ୍ତ ଏହି ମାଛ ଖାଇବା ବନ୍ଦ କରନ୍ତୁ । କାରଣ ଏହି ମାଛ ଦ୍ୱାରା ବିଭିନ୍ନ ପ୍ରକାରର ରୋଗ ହେବାର ସାମ୍ନାକୁ ଆସିଛି । ସେଥିପାଇଁ ରାଜ୍ୟରେ ଚାଲିଥିବା ଥାଇ ମାଗୁର ମାଛ ଉତ୍ପାଦନ କେନ୍ଦ୍ର ନଷ୍ଟ କରିବାକୁ ଏବେ ମହାରାଷ୍ଟ୍ର ସରକାର ଜୋରଦାର ଅଭିଯାନ ଚଳାଇଛନ୍ତି । ରାଜ୍ୟ ପଶୁପାଳନ ମନ୍ତ୍ରୀ ଆସଲାମ ଶେଖ କହିଛନ୍ତି ଯେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ୨୦୦୦ ମସିହାରେ ଏହି ମାଛ ଉପରେ ପ୍ରତିବନ୍ଧକ ଲଗାଇଥିଲେ ବି ରାଜ୍ୟରେ ଏହାକୁ ଠିକ ଭାବରେ ପାଳନ କରାଯାଇନଥିଲା ।

ଯେଉଁଥିପାଇଁ ବେଧଡକ ଭାବେ ଏହି ମାଛ ବିକ୍ରି କରାଯାଉଥିଲା । ଥାଇ ମାଗୁର ମାଛ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥିବାବେଳେ ଏହାର ଉତ୍ପାଦନ କେନ୍ଦ୍ର ନଷ୍ଟ କରିବା ପାଇଁ ଏବେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ୨୮ ଟନ ବିଦେଶୀ ଥାଇ ମାଗୁର ମାଛ ଜବତ କରାଯାଇଥିବାବେଳେ ଏହାକୁ ନଷ୍ଟ କରାଯାଇଛି ।

ସେହିପରି ଆଗାମୀ ସପ୍ତାହକ ମଧ୍ୟରେ ରାଜ୍ୟରେ ଏହା ମାଛ ଉତ୍ପାଦନ କେନ୍ଦ୍ର ବନ୍ଦ କରିବାକୁ ସରକାର ଲକ୍ଷ୍ୟ ରଖିଥିବାବେଳେ ଏହା ପରେ ଯିଏ ଏହି ମାଛ ଉତ୍ପାଦନ କରିବ, ତା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏହି ମାଛ ଖାଇବା ଦ୍ୱାରା କ୍ୟାନ୍ସର, ଡାଇବେଟିସ ଭଳି ଘାତକ ରୋଗ ହୋଇଥାଏ । ବିଶେଷଜ୍ଞଙ୍କ କହିବା କଥା ଏହି ବିଦେଶୀ ମାଛ ଖାଇବା ଦ୍ୱାରା ବିଭିନ୍ନ ରୋଗ ହୋଇର୍ଥାଏ ।